ଓଡିଶା

odisha

By

Published : Mar 1, 2021, 1:18 PM IST

ETV Bharat / state

ଘର ସହ ଜୀଅନ୍ତା ଜଳିଗଲେ ଯୁବତୀ

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାମାଲ ଗାଁରେ ଘର ସହ ଜୀଅନ୍ତା ଜଳିଗଲେ ଯୁବତୀ । ଅଧିକ ପଢନ୍ତୁ...

ଘର ସହ ଜୀଅନ୍ତା ଜଳିଗଲେ ଯୁବତୀ
ଘର ସହ ଜୀଅନ୍ତା ଜଳିଗଲେ ଯୁବତୀ

ଭବାନୀପାଟଣା: ଜୀଅନ୍ତା ଜଳିଗଲେ ଯୁବତୀ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାମାଲ ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗାଁରେ କାମେଶ୍ବର କନ୍ଦପାନଙ୍କ ଝିଅ ଆଜି ସକାଳୁ ରୋଷେଇ ଘରେ ଥିବା ସମୟରେ ରନ୍ଧନ ଗ୍ୟାସ ଲିକ ହୋଇ ନିଆଁ ଲାଗି ଯାଇଥିଲା । ଫଳରେ ଟ୍ଵିଙ୍କଲ କନ୍ଦପାନ ନିଆଁରେ ପୋଡି ଜୀବନ୍ତ ଦ୍ବଗ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି ।

ଘର ସହ ଜୀଅନ୍ତା ଜଳିଗଲେ ଯୁବତୀ

ଖବର ପାଇ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳ ଯାଇ ନିଆଁକୁ ଆୟତ୍ତ କଲାବେଳାକୁ ଘର ସମେତ ଯୁବତୀ ଜଣକ ପୋଡି ଯାଇଥିଲେ । ନିଆଁ ଲାଗିବା କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ଥିବାବେଳେ ଗ୍ୟାସ ଲିକରୁ ନିଆଁ ଲାଗିଥିବା ଅନୁମାନ କରାଯାଏ। ଖବର ପାଇ ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଯୁବତୀଙ୍କ ଆକସ୍ମିକ ମୃତ୍ୟୁ ପରେ ଶୋକର ଛାୟା ଖେଳିଯାଇଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details