ଓଡିଶା

odisha

ETV Bharat / state

ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ

ଅନେକ ଦାବି ପରେ ବି ରାସ୍ତା ନିର୍ମାଣ ନହେବାରୁ ଗାଁ ରାସ୍ତା ଅବରୋଧ କଲେ ଗମ୍ଭାରୀ ଗୁଡା ଗ୍ରାମବାସୀ । ଅଧିକ ପଢନ୍ତୁ

By

Published : Feb 1, 2022, 5:20 PM IST

ରାସ୍ତା ନିର୍ମାଣ ଦାବିରେ ଆନ୍ଦୋଳନ, ଗାଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ
ରାସ୍ତା ନିର୍ମାଣ ଦାବିରେ ଆନ୍ଦୋଳନ, ଗାଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଭବାନୀପାଟଣା :ଦାବି ପରେ ବି ହେଲାନି ରାସ୍ତା ନିର୍ମାଣ । ଆନ୍ଦୋଳନକୁ ଓହ୍ଲାଇ ଗାଁ ରାସ୍ତା ଅବରୋଧ କଲେ କଳାହାଣ୍ଡି ଜିଲ୍ଲାର ଗମ୍ଭାରୀ ଗୁଡା ଗ୍ରାମବାସୀ । ପକ୍କା ରାସ୍ତା ପାଇଁ ସରକାରଙ୍କ ଅନେକ ଯୋଜନା ଥିବା ବେଳେ ଗମ୍ଭାରୀ ଗୁଡା ଗ୍ରାମରେ ତାହା କିନ୍ତୁ ଫେଲ ମାରିଛି । ଫଳରେ ବାଧ୍ୟ ହୋଇ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ ।

ରାସ୍ତା ନିର୍ମାଣ ଦାବିରେ ଆନ୍ଦୋଳନ, ଗାଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସୂଚନାଅନୁଯାୟୀ ଗମ୍ଭାରୀ ଗୁଡା ଗାଁରେ FCI ଗୋଦାନ ଥିବାରୁ ଦିନକୁ ସହ ସହ ଭାରି ଯାନ ଯିବା ଆସିବା ହେଉଥିବା ବେଳେ ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଖାଲ ଖମାର ରାସ୍ତା ଯୋଗୁଁ ଅନେକ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ତେବେ ଭଲ ରାସ୍ତା ଟିଏ ନିର୍ମାଣ ନେଇ ବାରମ୍ବାର ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ଶେଷରେ ଆଜି ଗ୍ରାମବାସୀ ଏକ ଜୁଟ ହୋଇ ଧର୍ମଗଡ଼ ଗମ୍ଭାରୀ ଗୁଡା ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗୋଦାମକୁ ଯାଉଥିବା ହଜାର ହଜାର ଟ୍ରକ ଛିଡା ହୋଇ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ କୌଣସି ସରକାରୀ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details