ଓଡିଶା

odisha

ETV Bharat / state

ମହିଳା ସରପଞ୍ଚଙ୍କୁ ଜାତିଆଣ ଆକ୍ଷେପ କରି ଗିରଫ ହେଲେ ପୂର୍ବତନ ଜିଲ୍ଲା ପରିଷଦ - kalahandi news

ମହିଳା ସରପଞ୍ଚଙ୍କୁ ଜାତିଆଣ ଆକ୍ଷେପ, ଅସଭ୍ୟ ଭାଷାରେ ଗାଳି ଗୁଲଜ ଓ ହତ୍ୟା ଧମକ ଦେଇ ଥିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉମେର ଗାଁ ର ପୂର୍ବତନ ଜିଲ୍ଲା ପରିଷଦ ଯଦୁମଣି ସାହୁଙ୍କୁ ଜୟପାଟଣା ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

By

Published : Aug 27, 2019, 9:06 PM IST

କଳାହାଣ୍ଡି: ମହିଳା ସରପଞ୍ଚ ଙ୍କୁ ଜାତିଆଣ ଆକ୍ଷେପ କରି ପୂର୍ବତନ ଜିଲ୍ଲା ପରିଷଦ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି । ମହିଳା ସରପଞ୍ଚଙ୍କୁ ଜାତିଆଣ ଆକ୍ଷେପ, ଅସଭ୍ୟ ଭାଷାରେ ଗାଳି ଗୁଲଜ ଓ ହତ୍ୟା ଧମକ ଦେଇ ଥିବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉମେର ଗାଁ ର ପୂର୍ବତନ ଜିଲ୍ଲା ପରିଷଦ ଯଦୁମଣି ସାହୁଙ୍କୁ ଜୟପାଟଣା ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁଯାୟୀ ଜୟପାଟଣା ବ୍ଲକ ଭେଜିଗୁଡା ପଞ୍ଚାୟତର ନୂତନ କୋଠା ନିର୍ମାଣର ଭିତ୍ତିଭୂମି ପାଇଁ ଭେଜିଗୁଡା ସରପଞ୍ଚ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଜୟପାଟଣା ବିଡ଼ିଓ, ତହସିଲଦାର ବ୍ଲକ କର୍ମଚାରୀ ଓ ପଞ୍ଚାୟତବାସୀ ଏକ ବୈଠକ କରୁଥିଲେ । ସେହି ସମୟରେ ଅଭିଯୁକ୍ତ ଯଦୁମଣି ସାହୁ ପହଞ୍ଚି କିଛି ନିଜସ୍ବ ସ୍ବାର୍ଥ ନିହିତ ପାଇଁ ନୂତନ କୋଠାକୁ ନିଜ ଗାଁ ଉମେରରେ ନିର୍ମାଣ କରିବା ପାଇଁ କହିଥିଲେ ।

କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓ ସମସ୍ତ ଜନସ୍ବାର୍ଥକୁ ଆଖି ଆଗରେ ରଖି ଏହା ଭେଜିଗୁଡାରେ ହେବ ବୋଲି ସରପଞ୍ଚ ପ୍ରକାଶ କରିଥିଲେ । ତେବେ ଏଥିରେ ଯଦୁମଣି ଉତକ୍ଷିପ୍ତ ହୋଇ ସରପଞ୍ଚ ତଥା ଉପସ୍ଥିତ ବିଡ଼ିଓ, ତହସିଲଦାର, ୱାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ହତ୍ୟା ଧମକ ଦେଇଥିଲେ ।

କେବଳ ସେତିକି ନୁହେଁ ସରପଞ୍ଚଙ୍କୁ ଜାତିଆଣ ଆକ୍ଷେପ କରିଥିଲେ ପୂର୍ବତନ ଜିଲ୍ଲା ପରିଷଦ । ଏନେଇ ସରପଞ୍ଚ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯୋଗ ଅନୁସାରେ ୨୧୪/ ୧୯ରେ ଏକ ମାମଲା ରୁଜୁ କରି ଆଇପିସି ୨୯୪, ୩୫୩, ୫୦୬ ତଥା ଆଟ୍ରୋସିଟି ଧାରା ଲଗାଇ ଯଦୁମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details