ଓଡିଶା

odisha

By

Published : May 14, 2022, 12:50 PM IST

ETV Bharat / state

କାଦୁଅରେ ପଡି ଦେଢ଼ ବର୍ଷର କୁନି ଗଜରାଜ ଗୁରୁତର

କାଦୁଅରେ ପଡି ଗୁରୁତର ହେଲେ ଦେଢ଼ ବର୍ଷର କୁନି ଗଜରାଜ । ବନ ବିଭାଗ ହାତୀଟିକୁ ଉଦ୍ଧାର କରି ଚିକିତ୍ସା ଜାରି ରଖିଛି । ଅଧିକ ପଢନ୍ତୁ

କାଦୁଅରେ ପଡି ଗୁରୁତର ହେଲେ ଦେଢ଼ ବର୍ଷର କୁନି ଗଜରାଜ
କାଦୁଅରେ ପଡି ଗୁରୁତର ହେଲେ ଦେଢ଼ ବର୍ଷର କୁନି ଗଜରାଜ

ଭବାନୀପାଟଣା:କାଦୁଅରେ ପଡି ଗୁରୁତର ହେଲେ ଦେଢ଼ ବର୍ଷର କୁନି ଗଜରାଜ । ବନ ବିଭାଗ ହାତୀଟିକୁ ଉଦ୍ଧାର କରି ଚିକିତ୍ସା ଜାରି ରଖିଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ସିମେଲପଦର ଗାଁ ନିକଟରେ ଗତ କିଛି ଦିନ ହେଲା ହାତୀପଲ ଘର ଦ୍ବାରା ଓ ଫସଲ ନଷ୍ଟ କରି ଆସୁଥିଲେ । ହେଲେ ଗତ ବୁଧବାର ରାତିରେ ହାତୀପଲ ସହିତ ଏକ ଛୁଆହାତୀ ଚାଲି ଆସିଥିଲା । ସିମେଲପଦର ଗାଁ ନିକଟରେ ଥିବା ଧାନ ଚାଷ ଜମିରେ ଫସି ଯାଇଥିଲା ହାତୀଛୁଆ ।

କାଦୁଅରେ ପଡି ଗୁରୁତର ହେଲେ ଦେଢ଼ ବର୍ଷର କୁନି ଗଜରାଜ

ଜମିରେ ହାତୀ ଛୁଆଟିକୁ ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବିଶ୍ବନାଥପୁର ରେଞ୍ଜର ବନବିଭାଗ କର୍ମଚାରୀ ଓ ପ୍ରାଣୀ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ ଛୁଆଟିକୁ ଉଦ୍ଧାର କରି ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details