ଭବାନୀପାଟଣା:ଭିଜିଲାନ୍ସ ପଞ୍ଝାରେ ବନ ବିଭାଗ କର୍ମଚାରୀ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଶଗଡା ବିଟରେ କାର୍ଯ୍ୟରତ ବନ ବିଭାଗ କର୍ମଚାରୀ ଯୋଗେନ୍ଦ୍ର ମାଝୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବାଇକରେ ୨ ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ, ଭିଜିଲାନ୍ସ ବିଭାଗ ଚଢ଼ାଉ କରି କାବୁ କରିଛି ।
ଏହା ମଧ୍ୟ ପଢ଼ନ୍ତୁ:ଜମିକୁ ମିଳୁନି ଜଳ, ହାତରେ କୀଟନାଶକ ଧରି ଧାରଣାରେ ଚାଷୀ
ଭବାନୀପାଟଣା ଇରିଗେସନ କଲୋନୀ ଛକ ଠାରେ କଳାହାଣ୍ଡି, ମାଲକାନଗିରି ଓ କୋରାପୁଟର ଭିଜିଲାନ୍ସ ଟିମ ମିଳିତ ଭାବେ ଏକାକାଳୀନ ଚଢ଼ାଉ କରିଥିଲେ । ଏହି ସମୟରେ ବନ ବିଭାଗ କର୍ମଚାରୀ ଜଣକ ନିଜ ବାଇକରେ ନଗଦ ୨ ଲକ୍ଷ ଟଙ୍କା ନେଇ ଯାଉଥିଲେ । ଟଙ୍କା ସମ୍ପର୍କରେ କର୍ମଚାରୀ ଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିବାରୁ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା । ଟଙ୍କା ଜବତ କରି ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଆଣି ଜେରା କରୁଥିବା ସୂଚନା ମିଳିଛି ।
ଇଟିଭି ଭାରତ, କଳାହାଣ୍ଡି