ଓଡିଶା

odisha

ETV Bharat / state

ଓଡିଶା ଗସ୍ତରେ ମୋଦି, ଚଳଚଞ୍ଚଳ ବିଜେପି କ୍ୟାମ୍ପ

ମୋଦିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ କଳାହାଣ୍ଡି ସହର । ରାଧାକୃଷ୍ଣ ନଗରରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

By

Published : Apr 1, 2019, 11:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ନିର୍ବାଚନୀ ପ୍ରଚାର ପାଇଁ ଆସନ୍ତାକାଲି(ମଙ୍ଗଳବାର) ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭବାନୀପାଟଣାସ୍ଥିତ ରାଧାକୃଷ୍ଣ ନଗର ଠାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ବିଜେପି କ୍ୟାମ୍ପ ବେଶ ଚଳଚଞ୍ଚଳ । ସାରା ସହର ମୋଦିଙ୍କ ପୋଷ୍ଟର ଓ ହୋଡିଂରେ ଛାଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଆସନ୍ତା 11 ତାରିଖରେ କଳାହାଣ୍ଡିର ଲୋକସଭା ଓ 7 ଟି ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ତେବେ ନିର୍ବାଚନ ପୂର୍ବରୁ 2ଥର ନିର୍ବାଚନୀ ପ୍ରଚାର ଗସ୍ତରେ ଓଡିଶା ଆସୁଛନ୍ତି ମୋଦି । ମୋଦିଙ୍କ ଗସ୍ତ ପରେ ଖାଲି ଯେ କଳାହାଣ୍ଡି ଜିଲ୍ଲା ନୁହେଁ, ବରଂ ଦକ୍ଷିଣ ଓ ପଶ୍ଚିମ ଓଡିଶାର ସମସ୍ତ ବିଧାନସଭାରେ ମିଶନ 120 ପ୍ଲସ ପାହାଚ ପ୍ରସ୍ତୁତ କରିବା ଆଶା ରଖିଛି ବିଜେପି । ଏହା ସହିତ ଓଡିଶାରେ ବିଜେଡି ସରକାରର ବିକଳ୍ପ ହେବାର ପ୍ରୟାସ ମଧ୍ୟ କରୁଛି ।

ସେପଟେ ଜିଲ୍ଲାରେ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 40 ପ୍ଲାଟୁନ ପୋଲିସ ସହ 30ଟି ଗେଟ ମାଧ୍ୟମରେ ଲୋକେ ସଭାସ୍ଥଳକୁ ଯିବାର ବ୍ୟବସ୍ଥା କରାଯାଇଥିବା କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details