ଓଡିଶା

odisha

ETV Bharat / state

ବାଟବଣା ଖାଦ୍ୟ ସୁରକ୍ଷା ଆଇନ, ଖଟିଖିଆଙ୍କ ପାଇଁ ଟଙ୍କିକିଆ ଚାଉଳ ସାତ ସପନ - BENEFICIARIES

କଳାହାଣ୍ଡି: ନୀରିହ ନିଷ୍ପାପ ମଣିଷ ସେମାନେ। ଆଧୁନିକ ଚାକଚକ୍ୟଠୁ ବହୁତ ଦୂରରେ ରହିବା ସହ ହିଂସା ଓ ଛନ୍ଦ କପଟ କ'ଣ ଜାଣନ୍ତି ନାହିଁ। ରାତି ହେଲେ ସେମାନଙ୍କୁ ଘାରିଥାଏ ସକାଳ ଚିନ୍ତା। କେମିତି ବାହାରିବେ କର୍ମ କ୍ଷେତ୍ରକୁ। କାରଣ ସେମାନଙ୍କୁ ଜଣା ଖଟିକି 2 ପଇସା ନଆଣିଲେ ପେଟ ଅପୂରା ରହିବ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

By

Published : Feb 9, 2019, 6:57 AM IST

Updated : Feb 9, 2019, 11:22 AM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
କାରଣ ଏ ଗରିବଙ୍କ ପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟସୁରକ୍ଷା ଆଇନ ବିଭିନ୍ନ ଯୋଜନା ଓ ନିୟମ କେବଳ ପ୍ରହସନ। ଏମାନଙ୍କ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉଦାରତା କମ ଉଦାସୀନତା ମନୋଭାବ ଭରପୂର ରହିଛି। ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2013 କାର୍ଯ୍ୟକାରୀ କରାଯାଇଛି ସତ, ହେଲେ ଏବେ ବି ଏହି ଯୋଜନାରୁ ବଞ୍ଚିତ କଳାହାଣ୍ଡିର କେନ୍ଦୁଗୁଡାବାସୀ।

ସଦର ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡାର ଚନ୍ଦ୍ରିକା ମାଝୀ। ବୟସ 42। କୁଲି ମଜୁରୀ କରି ପରିବାର ପ୍ରତି ପୋଷଣ କରୁଥିବା ଏହି ପରିବାର ପାଖରେ ପୂର୍ବରୁ ଖାଉଟି କାର୍ଡ ଥିଲା। ହେଲେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବା ପରେ ତ୍ରୁଟି ଗତ ସର୍ଭେ ଯୋଗୁଁ ସେତିକ ବି କଟିଗଲା।

ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ ଧାଇଁ ଧାଇଁ ଏହି ପରିବାର ଏବେ ନୟାନ୍ତ।

ଏହି ଅବସ୍ଥା କେବଳ ଚନ୍ଦ୍ରିକା ମାଝୀଙ୍କ ନୁହେଁ ସେହିପରି ଗାଁର କବିତା ମାଝୀଙ୍କ କଥା ମଧ୍ୟ ସମାନ। ଏହି ପରିବାରମାନଙ୍କ ପାଇଁ ଟଙ୍କିକିଆ ଚାଉଳ ସାତ ସପନ। 2011 ଜନଗଣନା ଅନୁଯାୟୀ ଜିଲ୍ଲାର ଜନସଂଖ୍ୟା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।

ଏହାସହ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଲକ୍ଷ୍ୟ ଠାରୁ ଅଧିକ ହିତାଧିକାରୀ ଅଛନ୍ତି ହେଲେ ଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି। ଯାହା ତେଲିଆ ମୁଣ୍ଡରେ ତେଲ ପରି କାମ କରୁଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Feb 9, 2019, 11:22 AM IST

ABOUT THE AUTHOR

...view details