କଳାହାଣ୍ଡି: ୨ ଦିନ ଧରି କଳାହାଣ୍ଡି ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ପ୍ରଭାବିତ ହୋଇଛି ଜନ ଜୀନନ । ଜିଲ୍ଲାର ହାତୀ, ରେତ, ସାନ୍ଦୁଲ, ତେଲନଦୀ ଭଳି ପ୍ରମୁଖ ନଦୀ ଗୁଡିକ ଫୁଲିବାରେ ଲାଗିଛି । ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ବର୍ତ୍ତମାନ ସୁଦ୍ଧା ସାମାନ୍ୟ ଠାରୁ ଅଧିକ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
2 ଦିନ ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ କଳାହାଣ୍ଡି
ଦୁଇ ଦିନ ଧରି କଳାହାଣ୍ଡି ଜିଲ୍ଲାରେ ଲାଗିରହିଛି ବର୍ଷା । ଜନଜୀବନ ଅନେକ ମାତ୍ରାରେ ପ୍ରଭାବିତ ହେବା ସହ ଅନେକ ଗାଁ ଓ ଚାଷଜମି ଜଳମଗ୍ନ ହୋଇ ପଡିଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି
ଲାଞ୍ଜିଗଡ, ମଦନପୁର-ରାମପୁର, ବ୍ଲକର ଅନେକ ଗାଁର ରାସ୍ତାଘାଟ ବର୍ଷାପାଣିରେ ଧୋଇଯିବାରୁ ଯୋଗାଯୋଗ ବ୍ୟାହତ ହେବା ସହ ବିଭିନ୍ନ ଗାଁ ଚାଷଜମି ଜଳମଗ୍ନ ହୋଇଛି । ଲଗାଣ ବର୍ଷା ଚାଷ କାମକୁ ମଧ୍ୟ ପ୍ରଭାବିତ କରିଛି । ଏନେଇ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଥିବା ଜିଲ୍ଲା ଏମର୍ଜେନ୍ସି ଅଫିସର ସୂଚନା ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ ଇଟିଭି ଭାରତ