ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ସ୍ଥିତ ବଲାଙ୍ଗୀର ଛକରେ ଥିବା ମାଁ ଗୌରୀ ସ୍ପେଆର ପାର୍ଟ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଯାଇଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ । ସୂଚନା ଅନୁଯାୟୀ ଗତ ଦୁଇଦିନ ହେବ ଦୋକାନ ମାଲିକ ଦୋକାନ ବନ୍ଦ କରିଥିଲେ ।
ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି - ଛାରଖାର ହୋଇଗଲା ଅନେକ ସାମଗ୍ରୀ
ଜଳିଗଲା ଦୋକାନ । ନିଆଁର ଆଁରେ ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଅଧିକ ପଢ଼ନ୍ତୁ
ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଆଜି ସନ୍ଧ୍ୟାରେ କୌଣସି କାରଣରୁ ଦୋକାନ ଭିତରେ ନିଆଁ ଲାଗି ଯାଇଥିଲା । ନିଆଁର ପ୍ରଖର ଏତେ ଥିଲା ଯେ ଦୋକାନ ଭିତରେ ଥିବା ସମସ୍ତ ସାମଗ୍ରୀ ଜଳି ଯାଇଥିଲା । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ ସମସ୍ତ ସାମଗ୍ରୀ ଜଳି ଯାଇଛି । ଦୋକାନରେ କେଉଁ କାରଣରୁ ନିଆଁ ଲାଗିଲା ସେନେଇ ସ୍ପଷ୍ଟ ହୋଇନଥିବା ଅଗ୍ନିଶମ ବିଭାଗ ସୂଚନା ଦେଇଛି ।
ଇଟିଭି ଭାରତ, କଳାହାଣ୍ଡି