ଭବାନୀପାଟଣା: ଭାଦ୍ରବ ମାସ ହେଲାଣି ମାତ୍ର ବର୍ଷାର ଦେଖାନାହିଁ । ମୌସୁମୀର ଲୁଚକାଳି ସହ ନିଅଣ୍ଟିଆ ବର୍ଷା ଯୋଗୁଁ କେନାଲର ତଳ ମୁଣ୍ଡକୁ ପାଣି ପହଞ୍ଚି ପାରୁନଥିବା କାରଣରୁ ଅନେକ ଜମି ପଡିଆ ପଡିଛି । କେନାଲରୁ ପାଣି ଯୋଗାଣ ପାଇଁ ଚାଷୀ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମରୁଡି ପ୍ରପୀଡ଼ିତ ଗାଁ ସାନ ପୋଡ଼ାଗୁଡା ଗ୍ରାମ ଇଷ୍ଟଦେବୀଙ୍କ ଦ୍ବାରସ୍ଥ ହୋଇ ବର୍ଷା ପାଇଁ ପୂଜାର୍ଚ୍ଚନା କରିଛନ୍ତି ।
ଅଗଷ୍ଟ ମାସ ପ୍ରଥମ ବର୍ଷାରେ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ ହୋଇପାରିନାହିଁ । ପାଣି ଅଭାବ ଯୋଗୁଁ କେଉଁଠି ଚାଷ ନଷ୍ଟ ହେବାକୁ ବସିଲାଣି ତ ପୁଣି ଆଉ କେଉଁଠି ସମ୍ପୂର୍ଣ୍ଣ ଚାଷ କାମ ଆରମ୍ଭ ହୋଇ ପାରିନାହିଁ । ଆକାଶରେ ମେଘ ଥିଲେ ମଧ୍ୟ ବର୍ଷା ପାଣିର ଛିଟା ମଧ୍ୟ ମିଳୁନି ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ମାରି ବସିଛି । ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ମରୁଡି ପ୍ରପୀଡ଼ିତ ଗାଁ ସାନ ପୋଡ଼ାଗୁଡାରେ ଏଭଳି ସମସ୍ୟା ଦେଖାଦେଇଛି ।
ଏହା ମଧ୍ୟ ପଢ଼ନ୍ତୁ:ପୁଣି ଭୁଶୁଡିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ: ବୁଡିଲା ଜମି, ଘରେ ପସିଲା ପାଣି