ଭବାନୀପାଟଣା:ଫଳର ରାଜା ଆମ୍ବ । ଆମ୍ବ ଖାଇବାକୁ କାହାକୁ ବା ଭଲ ନ ଲାଗେ । ଖରାଦିନ ଆସିଲେ ଗଛରେ ଆମ୍ବ ପାଚେ ସେହି ଆମ୍ବକୁ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରେ ଚାଷୀ । ଆମ୍ବ ପାଟିକୁ ଯେମିତି ସୁଆଦ ଲାଗେ ସେହିପରି ଆମ୍ଭ ଚାଷ ମଧ୍ୟ ଚାଷୀକୁ ବେଶ ଦୁଇ ପଇସା ରୋଜଗାର କରାଇଥାଏ । ମାତ୍ର କୋରୋନାର କଳା ବାଦଲ ତଳେ ଅନେକ ଆମ୍ବ ଚାଷୀ କ୍ଷତି ସହିଛନ୍ତି । କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରେ ହଜାର ହଜାର କ୍ୱିଣ୍ଟାଲ ଆମ୍ଭ ଉତ୍ପାଦନ ହୋଇଛି ମାତ୍ର ବେପାରୀ ନ ଆସିବାରୁ କ୍ଷତି ସହିଛନ୍ତି ଆମ୍ବ ଚାଷୀ ।
ଧାନ ଓ ପିଆଜ ପରେ କଳାହାଣ୍ଡିରେ ଫଳରାଜା ଆମ୍ବର ଅଭାବୀ ବିକ୍ରି ହୋଇଛି । ଜାହାଙ୍ଗିର, ଗୁଲବଖସ, ମଳିକା,ବାଇଗଣ ଫଳି,କଳାପାହାଡ଼, ଭଳି ୬୦ରୁ ଅଧିକ କିସମର ଆମ୍ଭ ଚାଷ ହୋଉଛି । ପାଖାପାଖି ୧୫ ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ଚାଷୀ ଆମ୍ଭ ଉତ୍ପାଦନ କରିଛନ୍ତି । ମାତ୍ର ସବୁ ବୃଥା ହୋଇଛି । ନାଁ ଆମ୍ବ ବିକ୍ରି ହୋଉଛି ନାଁ ଚାଷୀଙ୍କୁ ସେମାନଙ୍କ ପାରିଶ୍ରମିକ ମିଳୁଛି । ଜିଲ୍ଲାରେ ଏ ପର୍ଯ୍ୟନ୍ତ ଶୀତଳ ଭଣ୍ଡାର ନାହିଁ କି ଜାତୀୟ ବଜାର ସହ ବିକ୍ରୀ ସଂଯୋଗ ମଧ୍ୟ ନାହିଁ । ତେଣୁ ଅଭାବୀ ବିକ୍ରିର ଶୀକାର ହୋଉଛନ୍ତି ଚାଷୀ । 150ଟଙ୍କା ଆମ୍ବ ଦର କଳାହାଣ୍ଡିରେ ମାତ୍ର କିଲୋପ୍ରତି 20ଟଙ୍କାରେ ବିକ୍ରି ହେଉଛି ।