ଓଡିଶା

odisha

ETV Bharat / state

ମଣ୍ଡିରୁ ଉଠୁନି ଧାନ; ବଢୁଛି ଚାଷୀଙ୍କ ଦୁଃଖ, ବିଡିଓଙ୍କୁ ଦିଆଗଲା ଦାବିପତ୍ର - farmers face problem

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଅଧିନରେ ଥିବା ବିଭିନ୍ନ ମଣ୍ଡିରେ ଟାର୍ଗେଟ ଅଭାବରୁ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି । ଅଧିକ ପଢନ୍ତୁ...

ବିଡିଓଙ୍କୁ ଚାଷୀଙ୍କ ଦାବିପତ୍ର ପ୍ରଦାନ
ବିଡିଓଙ୍କୁ ଚାଷୀଙ୍କ ଦାବିପତ୍ର ପ୍ରଦାନ

By

Published : Feb 8, 2021, 3:54 PM IST

ଭବାନୀପାଟଣା: ମଣ୍ଡିରୁ ଧାନ ଉଠାଣ ଦାବି ନେଇ ଚାଷୀଙ୍କ ଦାବିପତ୍ର ପ୍ରଦାନ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଅଧିନରେ ଥିବା ବିଭିନ୍ନ ମଣ୍ଡିରେ ଟାର୍ଗେଟ ଅଭାବରୁ ହଜାର ହଜାର କୁଇଣ୍ଟାଲ ଧାନ ପଡି ରହିଛି । ଯାହାକୁ ନେଇ ଚାଷୀମାନେ ମଣ୍ଡିରୁ ଧାନ ଉଠାଣ ଦାବିରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ବିଡିଓଙ୍କୁ ଚାଷୀଙ୍କ ଦାବିପତ୍ର ପ୍ରଦାନ

ଆଜିକୁ ମାସେ ହେବ ଚାଷୀ ଶୀତ କାକରରେ ମଣ୍ଡିରେ ପଡି ରହି କେବେ ଟାର୍ଗେଟ ଆସିବ, ତାହାକୁ ନେଇ ଦିନ ଗଣୁଛନ୍ତି । ଅନ୍ୟପଟେ ପ୍ରଶାସନ କିମ୍ବା ରାଜ୍ୟ ସରକାର ଚାଷୀଙ୍କ ଦୁର୍ଦ୍ଦଶା ଦେଖି ମଧ୍ୟ ଆଖି ବୁଜି ଦେଇଛନ୍ତି । ବିଭିନ୍ନ ମଣ୍ଡିରେ ନାମମାତ୍ର ଚାଷୀମାନେ ଧାନ ବିକ୍ରି କରିବାକୁ ଆଣିଥିବା ବେଳେ କାହାର ବିବାହ ପାଇଁ ଟଙ୍କା ଦରକାର ଅଛି ତ ଆଉ କାହାର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ଅଛି, ହେଲେ ପ୍ରଶାସନର ଦୋମୁହାଁ ନୀତିରେ ବଳି ପଡିଛନ୍ତି ଅନ୍ନଦାତା ।

ଏହାକୁ ନେଇ ବିଜେପି ପକ୍ଷରୁ ବିଭିନ୍ନ ମଣ୍ଡିରେ ବିଗତ ୩ ଧରି ଆନ୍ଦୋଳନ ଜାରି ରହିଛି ତଥାପି ଟାର୍ଗେଟ ଆସୁନି। ଏହି ସମସ୍ୟାର ସମାଧାନ ପାଇଁ ଆଜି କୋକସରା ବ୍ଲକ ବିଜେପିର ଏକ ପ୍ରତିନିଧି ଦଳ କୋକସରା ବିଡ଼ିଓଙ୍କୁ ଭେଟି ଦାବିପତ୍ର ମାଧ୍ୟମରେ ଚାଷୀଙ୍କ ଦୁଃଖ ଜଣାଇବା ସହ ମଣ୍ଡିରୁ ଶୀଘ୍ର ଧାନ ଉଠାଇବାକୁ ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details