ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଥମିବାର ନା ନେଉ ନାହିଁ ଚାଷୀଙ୍କ ଧାନ ଉଠାଣ ସମସ୍ୟା। ଅନେକ ମଣ୍ଡିରେ ସରକାରୀ ଟାର୍ଗେଟ ପୂରଣ ହୋଇଥିବା ବେଳେ ମଣ୍ଡିରେ ପଡିରହିଛି ହଜାର ହଜାର କୁଇଣ୍ଟାଲ ଧାନ । ଅଭିଯୋଗ ଆସିଛି ଜିଲ୍ଲାର କଲମପୁର ବ୍ଲକ ପଣ୍ଡି ଗାଁ ଧାନ ମଣ୍ଡିରୁ । ଏହି ମଣ୍ଡିରେ ୪୪ ହଜାର କ୍ବିଣ୍ଟାଲ ଧାନ ଉଠାଣ ଟାର୍ଗେଟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୨ ହଜାର କ୍ବି ଣ୍ଟାଲ ଧାନ ଉଠାଣ ହୋଇଛି ।
ମଣ୍ଡିରୁ ଧାନ ଉଠାଣ ଦାବିରେ ରାଜ ରାସ୍ତାରେ ଚାଷୀ - ମଣ୍ଡିରୁ ଧାନ ଉଠାଣ ଦାବି
କଳାହାଣ୍ଡି ଜିଲ୍ଲାରେ ଥମିବାର ନା ନେଉ ନାହିଁ ଚାଷୀଙ୍କ ଧାନ ଉଠାଣ ସମସ୍ୟା। ମଣ୍ଡିରେ ହଜାର ହଜାର କ୍ବିଣ୍ଟାଲ ଧାନ ପଡିଥିବା ନେଇ କଲମପୁର ମୁଖୀଗୁଡା ରାଜରାସ୍ତା ଅବରୋଧ କରିଛନ୍ତି ଚାଷୀ । ଅଧିକ ପଢନ୍ତୁ...
ମଣ୍ଡିରୁ ଧାନ ଉଠାଣ ଦାବିରେ ରାଜ ରାସ୍ତାରେ ଚାଷୀ
ଏପଟେ ମଣ୍ଡିରେ ଆଉ ୨୨ ହଜାର କ୍ବିଣ୍ଟାଲ ଧାନ ପଡ଼ିରହିଛି। ଏନେଇ ଚାଷୀ ସ୍ଥାନୀୟ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଆଜି(ସୋମବାର) ସକାଳୁ ଚାଷୀ କଲମପୁର ମୁଖୀଗୁଡା ରାସ୍ତାଉପରେ ଧାନ ବସ୍ତା ରଖି ରାଜରାସ୍ତା ଅବରୋଧ କରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ