ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ବିଜୁଳିର ଲୁଚକାଳି ଖେଳ ବୃଦ୍ଧି ପାଉଛି ଦିନକୁ ଦିନ ଏହାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି । କଳାହାଣ୍ଡି ଜିଲ୍ଲାରେ ଏବେ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ଅଘୋଷିତ ବିଦ୍ୟୁତ କାଟ । କହିବାକୁ ଗଲେ ଦିନକ ୨୪ ଘଣ୍ଟାରେ ୨୪ ଥର କଟୁଛି ବଦ୍ୟୁତ । ପରିସ୍ଥିତି ଏପରି ଆସିଛି ଯେ ବିଭିନ୍ନ ରାଜନୈତିକ ଦଳ ସହ ଅନ୍ୟାନ୍ୟ ସଙ୍ଗଠନ ଏବେ ବିଦ୍ୟୁତ କାର୍ଯାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି ।
ସଦର ମହକୁମା ଭବାନୀପାଟଣା ସହରର ଜନସଂଖ୍ୟା ପ୍ରାୟ ୩ ଲକ୍ଷକୁ ବିଦ୍ୟୁତ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ପ୍ରାୟ ୫୦ ହଜାର । ତେବେ ପୂର୍ବରୁ ଜିଲ୍ଲାକୁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ରାୟଗଡା ଜିଲ୍ଲା ଥେରୁବାଲିରୁ ୧୩୨ କେଭି ବିଦ୍ୟୁତ ଯୋଗାଣ ହେଉଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ଗ୍ରୀଡ ଦେଇ କୋକସରା, ଜୟପାଟଣା, କଲମପୁର ବ୍ଲକ ଓ ଧର୍ମଗଡ ଉପଖଣ୍ଡର ପ୍ରାୟ ୨୦୦ ଖଣ୍ଡ ଗାଁକୁ ସିଧାସଳଖ ଭାବେ ବିଦ୍ୟୁତ ଯୋଗାଣ ସେବା ଆରମ୍ଭ ହୋଇଛି। ହେଲେ ଏଯାଏଁ ଦୂର ହୋଇପାରିନି ଭବାନୀପାଟଣା ସହରର ବିଦ୍ୟୁତ ସମସ୍ୟା । ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ଯୋଗୁଁ ଅସ୍ୟବ୍ୟସ୍ତ ହୋଇପଡୁଛି ଜନ ଜୀବନ ।