ଓଡିଶା

odisha

ETV Bharat / state

ଜାଲ ସାର୍ଟିଫିକେଟର ମୁଖ୍ୟ କାର୍ପଟଦାର ଗିରଫ

ଶିକ୍ଷକ ଚାକିରୀ ପାଇଁ ଜାଲ ସାର୍ଟିଫିକେଟ ଯୋଗାଉଥିବା ଭବାନୀପାଟଣା ଡିପିସି କାର୍ଯ୍ୟାଳୟ ପ୍ରୋଗ୍ରାମ ଆସିଷ୍ଟାଣ୍ଡ ଗିରଫ । ଅଧିକ ପଢନ୍ତୁ...

ଜାଲ ସାର୍ଟିଫିକେଟର ମୁଖ୍ୟ କାର୍ପୋଟଦାର ଗିରଫ
ଜାଲ ସାର୍ଟିଫିକେଟର ମୁଖ୍ୟ କାର୍ପୋଟଦାର ଗିରଫ

By

Published : Sep 3, 2021, 10:11 PM IST

ଭବାନୀପାଟଣା:ବନ୍ଧା ହେଲେ ଜାଲ ସାର୍ଟିଫିକେଟର ମୁଖ୍ୟ କାର୍ପଟଦାର । କଳାହାଣ୍ଡି ଜିଲ୍ଲାରେ ଶିକ୍ଷକ ଚାକିରୀ ପାଇଁ ଜାଲ ସାର୍ଟିଫିକେଟ ଯୋଗାଇଥିବା ଭବାନୀପାଟଣା ଡିପିସି କାର୍ଯ୍ୟାଳୟ ପ୍ରୋଗ୍ରାମ ଆସିଷ୍ଟାଣ୍ଡକୁ ଗିରଫ କରିଛି ଜୁନାଗଡ ପୋଲିସ । ଅଧିକ ପଚରାଉଚରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଲେ ନରେନ୍ଦ୍ର ସାହୁ ।

ଜାଲ ସାର୍ଟିଫିକେଟର ମୁଖ୍ୟ କାର୍ପଟଦାର ଗିରଫ

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍କୁଲରେ ଶାରୀରିକ ଶିକ୍ଷା ଓ କଳା ଶିକ୍ଷକ ନିଯୁକ୍ତି ପାଇବା ସମୟରେ ଅଧିକାଂଶ ପ୍ରାର୍ଥୀ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏହି ଘଟଣାର ତଦନ୍ତ କରି ଜିଲ୍ଲାର ବିଭିନ୍ନ ବ୍ଲକର ୨୫ ଜଣ ପିଇଆଇ, ଏଇଆଇ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଚାକିରୀରୁ ବହିଷ୍କୃତ କରିଥିଲେ ।

ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ବିଭିନ୍ନ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏନେଇ ଆରମ୍ଭ କରିଥିଲା ତଦନ୍ତ । ପୋଲିସର ସରଜମିନ ତଦନ୍ତ ପରେ ଶିକ୍ଷକଙ୍କୁ ଜାଲ ସାର୍ଟିଫିକେଟ ଯୋଗାଇଥିବା ନରେନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details