ଓଡିଶା

odisha

ETV Bharat / state

ଜେଲ ଗଲେ ଜିଲ୍ଲା ଯୋଗାଣ ଅଧିକାରୀ

କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୌରା ଗତ ବୁଧବାର ଭିଜିଲାନ୍ସ ଦ୍ବାରା ଟଙ୍କା ସହିତ ଧରାପଡିବା ପରେ ଶୁକ୍ରବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଶୁକ୍ରବାର ଜେଲକୁ ପଠାଯାଇଛି । ଅଧିକ ପଢନ୍ତୁ...

By

Published : Feb 15, 2020, 9:56 AM IST

district  sesson siv prasad daura in jail
ଜେଲ ଗଲେ ଜିଲ୍ଲା ଯୋଗାଣ ଅଧିକାରୀ

କଳାହାଣ୍ଡି: ଜେଲ ଗଲେ ଜିଲ୍ଲା ଯୋଗାଣ ଅଧିକାରୀ । କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୌରା ଗତ ବୁଧବାର ଭିଜିଲାନ୍ସ ଦ୍ବାରା ଟଙ୍କା ସହିତ ଧରାପଡିବା ପରେ ଶୁକ୍ରବାର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଶୁକ୍ରବାର ଜେଲକୁ ପଠାଯାଇଛି ।

ଜେଲ ଗଲେ ଜିଲ୍ଲା ଯୋଗାଣ ଅଧିକାରୀ

ସୂଚନା ଅନୁଯାଇ, କଳାହାଣ୍ଡି ଭିଜିଲାନ୍ସ ବିଭାଗ ପକ୍ଷରୁ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ହିଲଟାଉନ ଲେନ ନଂ 2ରେ ଚଢ଼ାଉ କରାଯାଇଥିଲା । ସେଠାରୁ ସରକାରୀ ଗାଡ଼ିରେ ଥିବା ୧ ଲକ୍ଷ ୧୦ ହଜାର ଟଙ୍କା ଜବତ ହୋଇଥିଲା ।

ତେବେ ଗତ ୨୦୧୮ରେ ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୌରାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା । ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଭବାନୀପାଟଣା ସହରସ୍ଥିତ ହିଲ ଟାଉନ ଲେନ ନଂ ୨ରେ ଅବସ୍ଥିତ ଭଡାଘର ଓ ନବରଙ୍ଗପୁରର ପୈତୃକ ଘରେ ଚଢ଼ାଉ କରାଯାଇ ତଦନ୍ତ କରାଯାଇଥିଲା ।

ମିଲର୍ସମାନଙ୍କ ଠାରୁ ଟଙ୍କା ନେଇ ଘରକୁ ଯାଉଥିବା ଖବର ପାଇ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଶୁକ୍ରବାର ଶ୍ରୀ ଦୌରାଙ୍କୁ ଭିଜିଲାନ୍ସ ପକ୍ଷରୁ ଭବାନୀପାଟଣା ସ୍ବତନ୍ତ୍ର ଜଜ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାପରେ ତାଙ୍କୁ ଜେଲ ପଠାଯାଇଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details