କଳାହାଣ୍ଡି: ଅପେକ୍ଷାର ଘଟିଛି ଅନ୍ତ । ବର୍ଷେ ପରେ କଲେଜ ଛାତ୍ରୀଙ୍କୁ ଏସିଡ ମାଡ ମାମଲାର ଶୁଣାଣି କରିଛନ୍ତି ଧର୍ମଗଡ ଦୌରାଜଜ୍ । 2018ରେ ଜୟପାଟଣା ଥାନା କଲମପୁର ବ୍ଲକ ଡଙ୍ଗରୀଗୁଡାରେ ଜଣେ କଲେଜ ଛାତ୍ରୀଙ୍କୁ ସେହି ଗ୍ରାମର ଯୁବକ ପର୍ଶୁରାମ ମାଝି ଏସିଡ୍ ମାଡ କରିଥିଲା ।
ଉକ୍ତ ମାମଲାର ଆଜି ଶୁଣାଣି କରି କୋର୍ଟ ଅଭିଯୁକ୍ତକୁ 10 ବର୍ଷ ଜେଲଦଣ୍ଡାଦେଶ ସହ 1 ଲକ୍ଷ ଟଙ୍କାର ଜରିମାନାର ଆଦେଶ ଦେଇଛନ୍ତି । ଜରିମାନା ନଦେଲେ ପୁଣି 2 ବର୍ଷ ଅଧିକ କାରାଦଣ୍ଡାଦେଶ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ।