ଓଡିଶା

odisha

ETV Bharat / state

କଳାହାଣ୍ଡିରେ ମରୁଡିର ପଦଧ୍ୱନୀ

ସରୁନି ଚଷା ପୁଅର ଦୁଃଖ । ଆଷାଢ ସରି ଶ୍ରାବଣ ସାରିବାକୁ ବସିଲାଣି । କିନ୍ତୁ ଧାନ ଚାଷ ଲାଗି ଏବେବି ହନ୍ତସନ୍ତ ହେଉଛି ଚାଷୀ । ଅଧିକ ପଢନ୍ତୁ....

By

Published : Aug 19, 2021, 7:47 AM IST

କଳାହାଣ୍ଡିରେ ମରୁଡିର ପଦଧ୍ୱନୀ
କଳାହାଣ୍ଡିରେ ମରୁଡିର ପଦଧ୍ୱନୀ

ଭବାନୀପାଟଣା:ସରୁନି ଚଷା ପୁଅର ଦୁଃଖ । ଆଷାଢ ସରି ଶ୍ରାବଣ ସାରିବାକୁ ବସିଲାଣି । କିନ୍ତୁ ଧାନ ଚାଷ ଲାଗି ଏବେବି ହନ୍ତସନ୍ତ ହେଉଛି ଚାଷୀ । ପାଣି ଅଭାବରୁ ଧାନ କ୍ଷେତ ଫାଟି ଆଁ କରିଛି । ବୁଣା ଯାଇଥିବା ବିହନ ସହ ତଳି ଧାନ ବି ମରିବାକୁ ବସିଲାଣି । ଫଳରେ ଅନେକ ଚାଷ ଜମିରେ ଗୋରୁଗାଈ ଚାରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । କଳାହାଣ୍ଡିରେ ମରୁଡିର ପଦଧ୍ୱନୀ ଏବେ ଠାରୁ ଦେଖିବାକୁ ମିଳୁଛି ।

କଳାହାଣ୍ଡିରେ ମରୁଡିର ପଦଧ୍ୱନୀ

ଜିଲ୍ଲାର ସଦର ବ୍ଲକ ଅଞ୍ଚଳର ଅନେକ ସ୍ଥାନରେ ବୁଣାଧାନ ସବୁ ସଳଖିବା ବେଳକୁ ବର୍ଷାଭାବ ଯୋଗୁଁ ସେସବୁ ଝାଉଁଳି ମରି ଗଲାଣି ।ବର୍ଷାଭାବ ଯୋଗୁଁ ଚାଷ ଜମି ଫାଟି ଆଁ କରିଛି । ଫଳରେ ଚାଷୀ ମୁଣ୍ଡରେ ପଡିଛି ଚଡକ । ବିଭିନ୍ନ ବ୍ୟାଙ୍କ ଓ ମହାଜନଙ୍କ ଠାରୁ ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କିପରି ପରିଶୋଧ କରିବ ଋଣ ସେନେଇ ଭାଙ୍ଗି ପଡିଛି । ମୁଣ୍ଡର ଝାଳ ତୁଣ୍ଡରେ ମାରି ପେଟ ପାଇଁ ଦାନା ଉପାର୍ଜନ କରୁଥିବା ଚାଷୀ ମୁଣ୍ଡରେ ଏବେ ଋଣ ପରିଶୋଧର ବୋଝ ।

ଚଳିତ ଖରିଫ ଋତୁରେ ଜିଲ୍ଲାରେ ୧ ଲକ୍ଷ ୬୩ ହଜାର ୧୨୦ ହେକ୍ଟର ଚାଷ ଜିମିରେ ଧାନ ଚାଷ ଅମଳ ହୋଇଛି । ଜିଲ୍ଲାରେ ୧ ଲକ୍ଷ ୪୪ ହଜାର ୮୧ ହେକ୍ଟର ଚାଷ ଜମିରେ ଜଳ ସେଚନ ବ୍ୟବସ୍ଥା ରହିଥିବା ବେଳେ ୨ ଲକ୍ଷ ୨୯ ହଜାର ୮୮୬ ହେକ୍ଟର ଚାଷ ଜମିରେ ଜଳ ସେଚନ ସୁବିଧା ନାହିଁ । ଆଶା ଥିଲା ପାଗ ଅନୁକୂଳ ହେଲେ ଚାଷୀ ଚାଷ କରିବ ଓ ଦୁଇ ପଇସା ରୋଜଗାର କରିବ । କିନ୍ତୁ ଚାଷୀର ଏହି ସ୍ବପ୍ନ ଏବେ ମଉଳିଗଲା ପରି ମନେ ହେଉଛି । ସେପଟେ ଖୁବଶୀଘ୍ର ସରକାର ମରୁଡି ଘୋଷଣା ସହ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details