ଓଡିଶା

odisha

ETV Bharat / state

ରାଇସ ମିଲରେ ଅଘଟଣ, କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

କେସିଙ୍ଗା ଥାନା ଡୁମେରମୁଣ୍ଡା ଜିନ ମାତା ଏଗ୍ରୋ ନାମକ ଏକ ରାଇସ ମିଲରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ ।

By

Published : Sep 25, 2020, 8:15 AM IST

ରାଇସ ମିଲରେ ଅଘଟଣ, କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ
ରାଇସ ମିଲରେ ଅଘଟଣ, କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଡୁମେରମୁଣ୍ଡା ଜିନ ମାତା ଏଗ୍ରୋ ନାମକ ଏକ ରାଇସ ମିଲରେ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣକ ହେଲେ ବିହାର ରାଜ୍ୟର ପ୍ରଦୀପ ମେହେତା ବୋଲି ଜଣାପଡିଛି ।

ଦୀର୍ଘ ୧ ବର୍ଷ ହେଲା ସେ ଏଠାରେ କାମ କରୁଥିଲେ । ଖବର ପାଇ କେସିଙ୍ଗା ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ସୂଚନା ଅନୁଯାୟୀ ପ୍ରଦୀପ ମିଲରେ ଅନ୍ୟ ଶ୍ରମିକଙ୍କ ସହ କାମ କରୁଥିଲେ । ବଏଲର ତ୍ରୁଟି ଯୋଗୁଁ ହଠାତ ସେ ୪୦ ଫୁଟ ଉଚ୍ଚରୁ ଖସି ପଡ଼ିଥିଲେ।

ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ । ତେବେ ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ତୁରନ୍ତ ପ୍ରଦୀପଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଅଞ୍ଚଳରେ ମିଲରେ କାମ କରୁଥିବା ଶ୍ରମିକଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details