ଓଡିଶା

odisha

ETV Bharat / state

ଆଖି ବୁଜିଲା ଅସୁସ୍ଥ ହାତୀ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ - କଳାହାଣ୍ଡିରେ ହାତୀ ମୃତ

କଳାହାଣ୍ଡି ଜିଲ୍ଲାରେ ପୁଣି ଚାଲିଗଲା ଏକ ହାତୀର ଜୀବନ । ୩ ଦିନ ହେବ ଚିକିତ୍ସା ଚାଲିଥିବା ବେଳେ ଆଜି ସେହି ହାତୀର ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ । ଆଗକୁ ପଢ଼ନ୍ତୁ,

ଗଜରାଜ ମୃତ୍ୟୁ ପାଇଁ ଦାୟୀ କିଏ
ଗଜରାଜ ମୃତ୍ୟୁ ପାଇଁ ଦାୟୀ କିଏ

By ETV Bharat Odisha Team

Published : Nov 25, 2023, 8:25 PM IST

ଭବାନୀପାଟଣା: ପୁଣି ଚାଲିଗଲା ଗଜରାଜର ଜୀବନ । ଗତ ୩ ଦିନ ହେବ ଚିକିତ୍ସା ଚାଲିଥିବା ବେଳେ ଆଜି ସେହି ହାତୀର ମୃତ୍ୟୁ ହୋଇଛି । କେଉଁ କାରଣରୁ ହାତୀର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ସବୁଜ ବନାନୀ ସହ ଜୀବଜନ୍ତୁଙ୍କ ଚଳପ୍ରଚଳ ହିଁ ଏହି ଜିଲ୍ଲାର ଶୋଭା ବର୍ଦ୍ଧନ କରିଥାଏ । ହେଲେ ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ଏବେ ଚିନ୍ତାର ବିଷୟ ପାଲଟିଛି ।

କଳାହାଣ୍ଡି ଜିଲ୍ଲାରେ ପୁଣି ଚାଲିଗଲା ଏକ ହାତୀର ଜୀବନ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ତଥା ନର୍ଲା ବନାଞ୍ଚଳ କମର୍ଦ୍ଧା ପଞ୍ଚାୟତ ଗନ୍ଧରବାରୁ ଗାଁ ନିକଟସ୍ଥ ଏକ କପା କ୍ଷେତରେ ଅସୁସ୍ଥ ଦନ୍ତାହାତୀର ୩ ଦିନ ଧରି ଚିକିତ୍ସା ଚାଲିଥିବା ବେଳେ ଆଜି ସେହି ହାତୀର ମୃତ୍ୟୁ ହୋଇଛି । ଗତ ୩ ଦିନ ତଳେ ଗନ୍ଧର ବାରୁ ଏକ କପା ଚାଷ ଠାରେ ଅସୁସ୍ଥ ଅବସ୍ଥାରେ ପଡ଼ିରହିଥିବା ଗଜକୁ ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପ୍ରାଣୀ ସମ୍ପଦ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ସାହାଯ୍ୟରେ ହାତୀଟିର ଚିକିତ୍ସା ସେବା ଜାରି ରହିଥିଲା । ହେଲେ ବର୍ତ୍ତମାନ ସେହି ଚିକିତ୍ସାଧିନ ହାତୀର ମୃତୁ ହୋଇଛି । ଏନେଇ ବନ ବିଭାଗ ସୂଚନା ଦେଇଥିବା ବେଳେ କେଉଁ କାରଣରୁ ହାତୀର ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନଥିବା ଜଣାପଡିଛି । ୨୦୨୧-୨୨ ମସିହାରେ ଜିଲ୍ଲାର ଦକ୍ଷିଣ ବନଖଣ୍ଡ କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ସେପ୍ଟି ସେମିଆ ରୋଗରେ ଆକ୍ରାନ୍ତ ହୋଇ ୧୨ଟି ହାତୀଙ୍କର ମୃତ୍ୟୁ ହୋଇଥିଲା । ଯାହା ସେହି ସମୟରେ ଗଣମାଧ୍ୟମର ଶିରୋନାମା ପାଲଟିଥିଲା । ଆଉ ଏବେ ପୁଣି ହାତୀ ମୃତ୍ୟୁ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢ଼ନ୍ତୁ...ଉତ୍ତର ବନଖଣ୍ଡରେ ଦନ୍ତାହାତୀ ଅସୁସ୍ଥ, ଚିକିତ୍ସା କରୁଛି ବନ ବିଭାଗ

ଏନେଇ ବନ ବିଭାଗ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ କେବଳ ଜିଲ୍ଲାରେ ନୁହେଁ ରାଜ୍ୟର ଅନେକ ସ୍ଥାନରେ ହାତୀ ମୃତ୍ୟୁ ଥମିବାର ନା ନେଉ ନାହିଁ । ଏନେଇ ବନ ବିଭାଗ କିମ୍ବା ସରକାର କ’ଣ ପଦକ୍ଷେପ ନେବେ ଦେଖିବା ବାକି ରହିଲା । ଯଦି ଏସମସ୍ୟା ପ୍ରତି ଦୃଷ୍ଟି ନଦିଆଯାଏ ତେବେ ରାଜ୍ୟରେ ହାତୀ ଦେଖିବା ଦିନେ ସ୍ବପ୍ନ ହୋଇ ରହିଯିବ ।

ଇଟିଭି ଭାରତ,କଳାହାଣ୍ଡି

ABOUT THE AUTHOR

...view details