ଓଡିଶା

odisha

By

Published : Apr 8, 2020, 11:19 AM IST

ETV Bharat / state

କାଜୁ ବଗିଚାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କାଜୁ ବଗିଚାରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କୋକସରା ଥାନା ଅନ୍ତର୍ଗତ ଝରିଆଗୁଡା- ଛିଲିପାମାଲ ରାସ୍ତାରେ ଥିବା କାଜୁ ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି। ଅଧିକ ପଢନ୍ତୁ...

dead-body-rescue-in-cashew-garden-in-koksora
କାଜୁ ବଗିଚାରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଭବାନୀପାଟଣା: କାଜୁ ବଗିଚାରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଝରିଆଗୁଡା- ଛିଲିପାମାଲ ରାସ୍ତାରେ ଥିବା କାଜୁ ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ ହୋଇଛି। ମୃତଯୁବକ ଜଣକ ଛିଲିପାମାଲ ଗାଁର ବୋଲି ଜଣାପଡିଛି ।

କାଜୁ ବଗିଚାରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

କୋକସରା ଥାନା ଅନ୍ତର୍ଗତ ଛିଲିପାମାଲ ଗାଁ ର ମୁରଲୀ ରଣା ସକାଳୁ ସକାଳୁ ଘରୁ ବାହାରି ଥିଲେ ହେଲେ ବହୁ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ଏହାପରେ ଘର ଲୋକ ଖୋଜାଖୋଜି ପରେ ମଧ୍ୟ କୌଣସି ସଂନ୍ଧାନ ପାଇନଥିଲେ । ଝରିଆଗୁଡା- ଛିଲିପାମାଲ ରାସ୍ତାରେ ଥିବା କାଜୁ ଜଙ୍ଗଲରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଠାବ ହୋଇଛି।

ଗାଁର କିଛି ଲୋକ କାଜୁ ବଗିଚାକୁ କାଜୁ ସଂଗ୍ରହ ପାଇଁ ଆସିଥିବା ବେଳେ ଏକ ଝୁଲନ୍ତା ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ କୋକସରା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details