ଓଡିଶା

odisha

କଳାହାଣ୍ଡିରେ ଚାଞ୍ଚଲ୍ୟ, ଜଙ୍ଗଲରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

By

Published : Aug 26, 2022, 1:32 PM IST

ସୁନାମୁଖୀ ଜଙ୍ଗଲରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ପରେ କଟାମୁଣ୍ଡ ଖୋଜୁଛି ପୋଲିସ । ଏହା ଏକ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଧିକ ପଢନ୍ତୁ

କଳାହାଣ୍ଡିରେ ଚାଞ୍ଚଲ୍ୟ, ଜଙ୍ଗଲରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର
କଳାହାଣ୍ଡିରେ ଚାଞ୍ଚଲ୍ୟ, ଜଙ୍ଗଲରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡିରେ ଚାଞ୍ଚଲ୍ୟ । ଜଙ୍ଗଲରେ ପଡିଛି ମୁଣ୍ଡବିହୀନ ମୃତଦେହ । ମଦନପୁର ରାମପୁର ଥାନା ଅନ୍ତର୍ଗତ ସୁନାମୁଖୀ ଜଙ୍ଗଲରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କଲା ପୋଲିସ । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ, ଏହା ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

କଳାହାଣ୍ଡିରେ ଚାଞ୍ଚଲ୍ୟ, ଜଙ୍ଗଲରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ମିଳିଥିବା ସୂଚନା ଅନୁଯାୟୀ ମଦନପୁର ରାମପୁରରୁ ବଲାଙ୍ଗୀରକୁ ସଂଯୋଗ କରୁଥିବା ରାସ୍ତାର ସୁନାମୁଖୀ ଜଙ୍ଗଲରେ ଏକ ମୁଣ୍ଡବିହୀନ ମୃତଦେହ ପଡି ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ରାତିରେ ଭୋଜି କଲେ, ସକାଳୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

ତେବେ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ପୋଲିସ ସନ୍ଧାନୀ କୁକୁର ସାହାଯ୍ୟରେ କଟାମିଣ୍ଡ ଖୋଜୁଥିବାବେଳେ, ମୃତ ବ୍ୟକ୍ତିଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନଥିବା ପୋଲିସ ସୂଚନା ଦେଇଛି । ମୃତ ବ୍ୟକ୍ତି ଜଣଙ୍କ ଜଣଙ୍କ ଯୁବକ ହୋଇଥିବା ଅନୁମାନ କରାଯାଉଛି । କଟାମୁଣ୍ଡ ମିଳିବା ପରେ ପରିଚୟ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି । ତେବେ କେଉଁକାରଣକୁ କେନ୍ଦ୍ର କରି ବ୍ୟକ୍ତି ଜଣଙ୍କୁ ହତ୍ୟା କରାଗାଲା ତାହା ତଦନ୍ତ ପରେ ହି ସ୍ପଷ୍ଟ ହୋଇପାରିବ ।

କଳାହାଣ୍ଡି, ଇଟିଭି ଭାରତ

ABOUT THE AUTHOR

...view details