ଓଡିଶା

odisha

ବାଇକରେ ବୁହାହେଲା ମୃତଦେହ: କାହା ସ୍ବାର୍ଥରେ ମହାପ୍ରୟାଣ ଯୋଜନା ?

By

Published : Nov 19, 2021, 8:02 PM IST

ମୃତଦେହକୁ ମିଳୁନି ସମ୍ମାନ । ପୁଣି ଥରେ ବାଇକରେ ବୁହାହେଲା ମୃତଦେହ । କାହା ସ୍ବାର୍ଥରେ ମହାପ୍ରୟାଣ ଯୋଜନା ? କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ଦେଖିବାକୁ ମିଳିଛି ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର । ଅଧିକ ପଢନ୍ତୁ

ବାଇକରେ ବୁହାହେଲା ମୃତଦେହ : କାହା ସ୍ବାର୍ଥରେ ମହାପ୍ରୟାଣ ଯୋଜନା ?
ବାଇକରେ ବୁହାହେଲା ମୃତଦେହ : କାହା ସ୍ବାର୍ଥରେ ମହାପ୍ରୟାଣ ଯୋଜନା ?

ଭବାନୀପାଟଣା: ମୃତଦେହକୁ ମିଳୁନି ସମ୍ମାନ । ପୁଣି ଥରେ ବାଇକରେ ବୁହାହେଲା ମୃତଦେହ । କାହା ସ୍ବାର୍ଥରେ ମହାପ୍ରୟାଣ ଯୋଜନା ? କଳାହାଣ୍ଡି ଜିଲ୍ଲାରେ ପୁଣି ଥରେ ଦେଖିବାକୁ ମିଳିଛି ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର । ସ୍ବାସ୍ଥ୍ୟ ବିଭାଗର ପାରିବା ପାଣିଆକୁ ପଦାରେ ପକାଇଛି ଏ ବାସ୍ତବ ଚିତ୍ର । ୨୦୧୬ ମସିହାରେ ଦାନ ମାଝୀ ଶବ ବୁହା ଘଟଣା ସାରା ବିଶ୍ୱରେ ଚାର୍ଚ୍ଚର ବିଷୟ ପାଲଟିଛି ଥିଲା । ଆଉ ସେହି ଘଟଣାର ପରେ ପରେ ରାଜ୍ୟ ସରକାର ରାଜ୍ୟରେ ଆରମ୍ଭ ହୋଇଥିଲା ମହାପ୍ରୟାଣ ଯୋଜନା । ହେଲେ ଏବେ ଏହି ଯୋଜନା ବାଟବଣା ହେବାକୁ ବସିଛି ।

ବାଇକରେ ବୁହାହେଲା ମୃତଦେହ : କାହା ସ୍ବାର୍ଥରେ ମହାପ୍ରୟାଣ ଯୋଜନା ?

ସୂଚନା ଅନୁଯାୟୀ ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଗୁଡା ଗାଁର କରନ ବେମାଲଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା । ଫଳରେ ପରିବାର ଲୋକେ ନିକଟସ୍ଥ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ କରନ ବେମାଲଙ୍କ ମୃତ୍ୟୁ ହୋଇଥିଲା । ମୃତଦେହ ଗାଁକୁ ନେବା ପାଇଁ ପରିବାର ଲୋକେ ମହାପ୍ରୟାଣ ଗାଡି ସହ ଯୋଗାଯୋଗ କରିଥିଲେ। ହେଲେ ମେଡ଼ିକାଲ କର୍ତ୍ତୃପକ୍ଷ ମହାପ୍ରୟାଣ ମେଡ଼ିକାଲରେ ଉପଲବ୍ଧ ନଥିବା କହିଥିଲେ । ଫଳରେ ସମ୍ପର୍କିୟମାନେ ମୃତଦେହକୁ ବାଇକରେ ନିଜ ଗାଁକୁ ନେଇ ଯାଉଥିଲେ । ଏବେ ମୃତଦେହ ବାଇକରେ ବୁହାହେବାର ଦୃଶ୍ୟ ବେଶ ଭାଇରାଲ ହେବାରେ ଲାଗିଛି । ଘଟଣାସମ୍ପର୍କରେ ଡାକ୍ତରଖାନା କତ୍ତୃପକ୍ଷ କି ମୃତକ ପରିବାରଙ୍କ ଏଯାଏଁ କୈଣସି ପ୍ରତିକ୍ରିୟା ମିଳିପାରି ନାହିଁ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details