ଭବାନୀପାଟଣା: ସଡକ ସୁରକ୍ଷା ମାସ ପାଳନ ଅବସରରେ ଜିଲ୍ଲା ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ବିଶାଳ ସାଇକେଲ ମାରାଥନ ରାଲି ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଏସପି ଆନୁଷ୍ଠାନିକ ଭାବେ ଏହି ସାଇକେଲ ମାରାଥନକୁ ଉଦଘାଟନ କରିଥିଲେ। ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରୁ ଏହି ରାଲି ଆରମ୍ଭ ହୋଇ ସହର ପରିକ୍ରମା ପରେ ଆରଟିଓଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲା ।
ସାଇକେଲ ମାରାଥନ ରାଲି: ସଚେତନତା ବାର୍ତ୍ତା ବାଣ୍ଟିଲେ ଏସପି
ସାଇକେଲ ମାରାଥନ ରାଲି । ସଡକ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିଲେ ଏସପି । ଅଧିକ ପଢନ୍ତୁ...
ସାଇକେଲ ମାରାଥନ ରାଲି :ସଡକ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିଲେ ଏସପି
ଏସପି ଏହି ରାଲିର ନେତୃତ୍ବ ନେଇ ନିଜେ ସାଇକେଲ ଚଳାଇ ଆରଟିଓଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଜନସାଧାରଣଙ୍କୁ ସଡକ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଏଥିରେ ଅଟୋ ଚାଳକ ସଙ୍ଘ ,ସିଆରପିଏଫ ୬୪ ବାଟାଳିଆନ ସମେତ ଶତାଧିକ ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।
କଳାହାଣ୍ତିରୁ ଅଜିତ ସିଂ,ଇଟିଭି ଭାରତ