ଓଡିଶା

odisha

ETV Bharat / state

ବିନା ଓଟିପିରେ ଆଖି ପିଛୁଳାକେ 2 ଲକ୍ଷ ଗାଏବ କରିଦେଲେ ସାଇବର ଲୁଟେରା - cyber crime

ଆଖି ପିଛୁଳାକେ ଠକି ନେଲେ ସାଇବର ଲୁଟେରା । 2 ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ...

cyber crime in kalahandi
ଆଖି ପିଛୁଳାକେ ଠକି ନେଲେ ସାଇବର ଲୁଟେରା

By

Published : Jan 19, 2021, 4:34 PM IST

ଭବାନୀପାଟଣା : ଆଖିପିଛୁଳାକେ ଠକି ନେଲେ ସାଇବର ଲୁଟେରା। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଏକ ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି। ଠକମାନେ ଭବାନୀପାଟଣାର ଏକ ଶିକ୍ଷିତ ଦମ୍ପତିଙ୍କ ବ୍ୟାଙ୍କ ଜମାଖାତାରୁ ୨ ଲକ୍ଷ ୬୫ ହଜାର ଟଙ୍କା ଗାଏବ କରିଦେଇଛନ୍ତି। ଏହି ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଭବାନୀପାଟଣା ସହର ଶର୍ମା କଲୋନୀର ଅବସରପ୍ରାପ୍ତ କର୍ମଚାରୀ ଗଙ୍ଗାଧର ସୁବୁଦ୍ଧି ଓ ତାଙ୍କ ପତ୍ନୀ ଏଭଳି ଏକ ସାଇବର ଠକେଇର ଶିକାର ହୋଇଛନ୍ତି।

ଆଖି ପିଛୁଳାକେ ଠକି ନେଲେ ସାଇବର ଲୁଟେରା

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଶନିବାର ଦିନ୧୨ ଟାରେ ଜଣେ ଅଜଣା ବ୍ୟକ୍ତି ଫୋନ କରି ନିଜକୁ ଜିଓ ଫୋନ କଷ୍ଟମର କେୟାରରୁ କହୁଥିବା ଜଣାଇ ଥିଲା। ଫୋନରେ କିଛି ଅସୁବିଧା ଅଛିକି ବୋଲି ପଚାରି ସମସ୍ୟାର ସମାଧାନ କରିଦେବା କହି ବ୍ୟକ୍ତିଗତ ସୂଚନା ଓ ଠିକଣା ମାଗିନେଇ ଥିଲା। ଏହାପରେ ତାଙ୍କୁ ନୂଆବର୍ଷ ପାଇଁ ମାଗଣା ଅଫର ଅଛି ମୋବାଇଲ ଗିଫ୍ଟ ମିଳିବ ବୋଲି କହୁଥିଲା। ଆହୁରି ମଧ୍ୟ ରିମୋଟ ଏକ୍ସେସ ଜରିଆରେ ଆପ ଡାଉନଲୋଡ କରିବା ପାଇଁ କହିଥିଲା। ୨୦ ହଜାର ଟଙ୍କା ମଧ୍ୟ କ୍ୟାସ ପ୍ରାଇଜ ପାଇବେ କହିଥିଲା।

ଠକର ସୂଚନାକୁ ଅନୁସରଣ କରିଥିଲେ ଗଙ୍ଗାଧର ସୁବୁଦ୍ଧି। ସାଇବର ଠକ କିଛି ସମୟ ପରେ ଓଟିପି ନ ନେଇ ମଧ୍ୟ ବାରମ୍ବାର ଗଙ୍ଗାଧରଙ୍କ ଆକାଉଣ୍ଟରୁ ଗୁଗୁଲ ପେ ଜରିଆରେ ୨୦ହଜାର ଲେଖାଏଁ ୫ ଥରରେ ୧ ଲକ୍ଷ ଟଙ୍କା ଓ ବ୍ୟାଙ୍କ ଆକାଉଣ୍ଟ ରୁ ୪୫ ହଜାର ଟଙ୍କା ଗାଏବ କରି ନେଇଥିଲା। ଏପରିକି ତାଙ୍କ ସ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମଧ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ଠକ ନେଇ ଯାଇଥିଲା। ଏହିପରି ଭାବେ ଗଙ୍ଗାଧର ଓ ତାଙ୍କ ସ୍ତ୍ରୀ ସାଇବର ଠକଙ୍କ ମାୟା ଜାଲରେ ପଡି ସମୁଦାୟ ୨ ଲକ୍ଷ ୬୫ ହଜାର ହରାଇଛନ୍ତି। ଏନେଇ ଠକେଇର ଶିକାର ହୋଇଥିବା ଗଙ୍ଗାଧର କଳାହାଣ୍ଡି ଏସପିଙ୍କୁ ଜଣାଇବା ସହିତ ଭବାନୀପାଟଣା ଟାଉନ ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details