ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲୋକାଲରେ ରୋଗୀଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି। ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ।
କଳାହାଣ୍ଡିରେ ୨୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ,ଟପିଲା ୬୦୦୦ - କୋରୋନା ଭାଇରସ ଖବର
କଳାହାଣ୍ଡିରେ ସୋମବାର ୨୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରଶାସନର ଶେଷ ସୂଚନା ଅନୁଯାୟୀ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାରରୁ ଉର୍ଦ୍ଧ୍ବକୁ ପହଞ୍ଚିଛି । ଅଧିକ ପଢନ୍ତୁ...
ସୋମବାର ଜିଲ୍ଲାରେ ପୁଣି ୨୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରଶାସନର ଶେଷ ସୂଚନା ଅନୁଯାୟୀ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ରୁ ଉର୍ଦ୍ଧ୍ବ କୁ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩ ହଜାର ୧୪୬ ଜଣ ସୁସ୍ଥ ହୋଇଛନ୍ତି ଓ ୨ ହଜାର ୮୫୫ ଜଣ ଜିଲ୍ଲା ର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନ ରେ ଚିକିତ୍ସାଧୀନ ଅଛନ୍ତି। ସେପଟେ ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି କୁ ନଜର ରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ମାନେ ଘରକୁ ଘର ଯାଇ କରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ