ଓଡିଶା

odisha

ETV Bharat / state

ବିଦ୍ୟୁତ ଆଘାତରେ ଦମ୍ପତି ମୃତ

ସ୍ଥାନୀୟ ଜୟପାଟଣା ବ୍ଲକ ମୁଖିଗୁଡା ଇନ୍ଦ୍ରାବତୀ ପ୍ରୋଜେକ୍ଟ କଲୋନୀ ସେକ୍ଟର 2ରେ ଦୁଃଖଦ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଖି ବୁଜିଛନ୍ତି ଏଠାକାର ଏକ ଦମ୍ପତି ।

By

Published : Jun 3, 2019, 10:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ସ୍ଥାନୀୟ ଜୟପାଟଣା ବ୍ଲକ ମୁଖିଗୁଡା ଇନ୍ଦ୍ରାବତୀ ପ୍ରୋଜେକ୍ଟ କଲୋନୀ ସେକ୍ଟର 2ରେ ଦୁଃଖଦ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଖି ବୁଜିଛନ୍ତି ଏଠାକାର ଏକ ଦମ୍ପତି । ମୃତକ ଦୁହେଁ ହେଉଛନ୍ତି ଅଶୋକ ନାଗ(40) ଓ ରାଧା ନାଗ (35) ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁଯାୟୀ ମୃତ ଅଶୋକ ଏଚ୍‌ପିସିରେ ସିକ୍ୟୁରିଟି ଭାବେ କାର୍ଯ୍ୟରତ ଥିଲେ । ସୋମବାର ସକାଳେ ଲୁଗା ଶୁଖାଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଦୁହେଁ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ ଦମ୍ପତିଙ୍କର ଦୁଇଟି ସନ୍ତାନ ରହିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details