ଓଡିଶା

odisha

By

Published : Aug 16, 2020, 10:25 PM IST

ETV Bharat / state

କଳାହାଣ୍ଡିରେ କୋରୋନା କାୟା, ୮୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରବିବାର କଳାହାଣ୍ଡି ଜିଲ୍ଲାରେ ୪୫ ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୦କୁ ପହଞ୍ଚିଛି । ସେଥିମଧ୍ୟରୁ ୪୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫୬ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଳାହାଣ୍ଡିରେ କୋରୋନା କାୟା, ୮୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
କଳାହାଣ୍ଡିରେ କୋରୋନା କାୟା, ୮୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭବାନୀପାଟଣା: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଖାସ କରି ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଉଛି । ମୁଖ୍ୟତଃ ଭବାନୀପାଟଣା ସହର, ଜୁନାଗଡ଼ ଓ ନର୍ଲା ଅଞ୍ଚଳରେ । ତେବେ ଏହି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ସାଜିଛି। ସେପଟେ ସାଧାରଣ ଲୋକ ମଧ୍ୟ ଏନେଇ ଆତଙ୍କିତ ଅଛନ୍ତି ।

କଳାହାଣ୍ଡିରେ କୋରୋନା କାୟା, ୮୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରବିବାର ଜିଲ୍ଲାରେ ୪୫ ଟି ନୂଆ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ଭବାନୀପାଟଣା ଅଞ୍ଚଳର ୧୧ ଜଣ ଥିବା ବେଳେ ନର୍ଲାର ୧୨, ଜୁନାଗଡ଼ର ୭ , ଥୁଆମୂଳ ରାମପୁର ର ୮ ଏବଂ କଲମପୁରର ୨ ଜଣ ରହିଛନ୍ତି । ସେହିପରି ମଦନପୁର, ରାମପୁର, ଲାଞ୍ଜିଗଡ଼, ଧର୍ମଗଡ଼, କେସିଙ୍ଗା ଓ ଜୟପାଟଣା ଅଞ୍ଚଳରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ମିଶାଇ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩୦କୁ ପହଞ୍ଚିଛି । ସେଥିମଧ୍ୟରୁ ୪୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୫୬ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details