ଓଡିଶା

odisha

By

Published : May 25, 2020, 4:06 PM IST

ETV Bharat / state

କଳାହାଣ୍ଡିରେ କୋରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ସନ୍ଦିଗ୍ଧ କରୋନା ରୋଗୀଙ୍କ ମୃତ୍ୟୁ। ମୃତକ ଜଣକ ଜୁନାଗଡ଼ ବ୍ଲକ ଅଞ୍ଚଳର ୩୫ ବର୍ଷୀୟ ଯୁବକ। ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

corona suspect death in kalahandi
corona suspect death in kalahandi

ଭବାନୀପାଟଣା: କଳହାଣ୍ଡି ଜିଲ୍ଲାରେ ଜଣେ କୋରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଜୁନାଗଡ଼ ବ୍ଲକ ଅଞ୍ଚଳର ୩୫ ବର୍ଷୀୟ ଯୁବକ ବୋଲି ସୂଚନା ରହିଛି । କୋରୋନା ଲକ୍ଷଣ ନେଇ ସେ ହାବସପୁର କ୍ୱାରେଣ୍ଟାଇନରେ ଥିଲେ । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସୋମବାର ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱାବ ସଂଗ୍ରହ ହୋଇଥିଲା । ହେଲେ ରିପୋର୍ଟ ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଛି। ସେପଟେ ଏନେଇ ତଦନ୍ତ ଜାରି ରହିଥିବା ବେଳେ ରିପୋର୍ଟ ଆସିବା ପରେ ହିଁ ଜଣାପଡିବ ମୃତ୍ୟୁର ପ୍ରକୃତ କାରଣ ।

କଳାହାଣ୍ଡିରେ କୋରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details