ଭବନୀପାଟଣା:ରାଜ୍ୟରେ କେରୋନାର ଦ୍ବିତୀୟ ଲହରୀ ନେଇ ବଢିଚାଲିଛି ସଂକ୍ରମଣ । ଦ୍ବିତୀୟ ଲହରୀ କୋପରୁ ବର୍ତ୍ତି ପାରିନି କଳାହାଣ୍ଡି ଜିଲ୍ଲା । ଗୁରୁବାର ଗୋଟିଏ ଦିନରେ ଜିଲ୍ଲାରେ 75 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି ।
ଗୁରୁବାର ରାଜ୍ୟରେ ମୋଟ 879ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ କଳାହାଣ୍ଡିରୁ ରହିଥିଲେ 75 ଆକ୍ରାନ୍ତ । ଭବାନୀପାଟଣାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଆକ୍ରାନ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।