ଭବାନୀପାଟଣା: ବାଣ ଫୁଟାଇବାକୁ ବାରଣ କରାଯିବା ପରେ କେବଳ ଦୀପ ଜାଳି ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଳାହାଣ୍ଡିବାସୀ । ତେଣୁ ମାଟିରେ ବିଭିନ୍ନ କିସମର ଦୀପ କିଣିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
କୋରୋନା କଟକଣାରେ ଦୀପାବଳି ପାଳିଲେ କଳାହାଣ୍ଡିବାସୀ
ବାଣ ଫୁଟାଇବାକୁ ବାରଣ କରାଯିବା ପରେ କେବଳ ଦୀପ ଜାଳି ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି କଳାହାଣ୍ଡି ଜିଲ୍ଲାବାସୀ । ତେଣୁ ମାଟିର ବିଭିନ୍ନ କିଶମର ଦୀପ କିଣିବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...
କୋରୋନା କଟକଣାରେ ଦୀପାବଳି ପାଳିଲେ କଳାହାଣ୍ଡି ବାସୀ
ସେହିପରି ଆଲୋକରେ ହାଟବଜାର ଝଲସି ଉଠିଛି । କୋରୋନା କଟକଣା ମଧ୍ୟରେ କେଉଁଠି କାଁ ଭାଁ ବାଣ ଫୁଟାଇ ଥିବାବେଳେ ଅତି ନିରାଡ଼ମ୍ବର ଭାବେ ଦୀପାବଳି ପାଳନ କରୁଛନ୍ତି ଲୋକେ ।
ପ୍ରତିବର୍ଷ କଳାହାଣ୍ଡିରେ ପ୍ରାୟ କୋଟିଏ ଟଙ୍କାର ବାଣ କାରବାର ହେଉଥିବାବେଳେ ଚଳିତବର୍ଷ ବନ୍ଦ ରହିଥିଲା ବାଣ ବଜାର । ତଥାପି କୋରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ସ୍ୱାଗତ କରିଛନ୍ତି ଲୋକେ ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ