ଓଡିଶା

odisha

ETV Bharat / state

କଳାହାଣ୍ଡିରେ ଦ୍ବିତୀୟ କୋଭିଡ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ - Kalahandi news

ମହାମାରୀ କୋରୋନାକୁ ମାତ୍ ଦେବା ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଯାଉଛି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ଏଥିପାଇଁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଆରମ୍ଭ ହେଲା କଳାହାଣ୍ଡିରେ 2ୟ କୋଭିଡ ହସ୍ପିଟାଲ ନିର୍ମାଣ କାମ
ଆରମ୍ଭ ହେଲା କଳାହାଣ୍ଡିରେ 2ୟ କୋଭିଡ ହସ୍ପିଟାଲ ନିର୍ମାଣ କାମ

By

Published : May 15, 2021, 1:05 PM IST

ଭବାନୀପାଟଣା: ମହାମାରୀ କୋରୋନାକୁ ମାତ୍ ଦେବା ପାଇଁ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଯାଉଛି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ଏଥିପାଇଁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଜିଲ୍ଲାର ଭବାନୀପାଟଣା ସହର ନିକଟ ବାନ୍ଧୋପିଲା ଠାରେ ଥିବା ସରକାରୀ ଇଞ୍ଜିନିୟରିଂ କଲେଜ ପରିସରରେ ଆରମ୍ଭ ହୋଇଛି ଜିଲ୍ଲାର ଦ୍ବିତୀୟ କୋଭିଡ ହସ୍ପିଟାଲ।

ଆରମ୍ଭ ହେଲା କଳାହାଣ୍ଡିରେ 2ୟ କୋଭିଡ ହସ୍ପିଟାଲ ନିର୍ମାଣ କାମ

200 ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୧୦ ଟି ଆଇସିୟୁ ରହିବା ସହ ଭେଣ୍ଟିଲେଟର ଓ ସମସ୍ତ ବେଡ଼ରେ ଅକ୍ସିଜେନର ବ୍ୟବସ୍ଥା ଉପଲବ୍ଧ କରାଯିବ। ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ନିର୍ମାଣ କାମ । ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା କମ୍ପାନୀର ସହଯୋଗରେ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ନିର୍ମାଣ କାମ ।

ପ୍ରକାଶଥାଉକି, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୭୨୩୧ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧ ଜଣଙ୍କ ମୃତ୍ୟୁ ହୋଇଛି। ୨ ଗୋଟି କୋଭିଡ କେୟାର ସେଣ୍ଟର ଓ ଗୋଟିଏ କୋଭିଡ ହସ୍ପିଟାଲ ମାଧ୍ୟମରେ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛି ଜିଲ୍ଲା ପ୍ରଶାସନ। ଏହି କୋଭିଡ ହସ୍ପିଟାଲ ନିର୍ମାଣ ହେଲେ କୋଭିଡରେ ଆକ୍ରାନ୍ତ ହେଉଥିବା ରୋଗୀ ସମସ୍ତ ସ୍ବାସ୍ଥ୍ୟସେବା ପାଇପାରିବେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details