ଓଡିଶା

odisha

By

Published : Oct 22, 2021, 8:41 PM IST

ETV Bharat / state

ମମିତା ହତ୍ୟାକାଣ୍ଡ: ନିରପେକ୍ଷ ତଦନ୍ତ ଦାବିରେ କଂଗ୍ରେସର ଧାରଣା

କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ହତ୍ୟା ଘଟଣାକୁ ନେଇ ଏବେ ଚାରିଆଡେ ପ୍ରତିବାଦର ସ୍ୱର ତେଜିବାରେ ଲାଗିଛି । ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସାହୁ ସ୍ୱୀକାର କରିଛି । ଅଧିକ ପଢ଼ନ୍ତୁ...

ମମିତା ମେହେର ହତ୍ୟାକାଣ୍ଡ: ନିରପେକ୍ଷ ତଦନ୍ତ ଦାବିରେ କଂଗ୍ରେସର ଧାରଣା
ମମିତା ମେହେର ହତ୍ୟାକାଣ୍ଡ: ନିରପେକ୍ଷ ତଦନ୍ତ ଦାବିରେ କଂଗ୍ରେସର ଧାରଣା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ହତ୍ୟା ଘଟଣାକୁ ନେଇ ଏବେ ଚାରିଆଡେ ପ୍ରତିବାଦର ସ୍ୱର ତେଜିବାରେ ଲାଗିଛି । ମମିତା ମେହେରଙ୍କୁ ହତ୍ୟା କରିଥିବା ନେଇ ଅଭିଯୁକ୍ତ ଗୋବିନ୍ଦ ସାହୁ ସ୍ୱୀକାର କରିଛି । ଅଭିଯୁକ୍ତକୁ ମହାଲିଙ୍ଗ ସହ ଅନେକ ଅଞ୍ଚଳକୁ ନେଇ ସ୍କ୍ରିନ ରିକ୍ରିଏଟ କରିଛି ପୋଲିସ । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ୍‌ ଲିଙ୍କ ରହିଛି । ଏଭଳି ଅଭିଯୋଗ କରି କଂଗ୍ରେସ ତଦନ୍ତ ବାଟବଣା ହେବା ନେଇ ଆଶଙ୍କା କରିଛି ।

ମମିତା ମେହେର ହତ୍ୟାକାଣ୍ଡ: ନିରପେକ୍ଷ ତଦନ୍ତ ଦାବିରେ କଂଗ୍ରେସର ଧାରଣା
ଏନେଇ ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛି କଂଗ୍ରେସ । ଯଥାଶୀଘ୍ର ସରକାର ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ପଦରୁ ବହିଷ୍କାର କରିବା ସହ ଘଟଣାକୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଦାବି କରିଛି କଂଗ୍ରେସ । ଦାବି ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବ କଂଗ୍ରେସ । ଏହାକୁ ନେଇ କଂଗ୍ରେସ ଜିଲ୍ଲା ସଭାପତି ଭାରତ ବେମାଲ ସୂଚନା ଦେଇଛନ୍ତି ।

ମମିତା ମେହର ହତ୍ୟାକାଣ୍ଡରେ ପୋଲିସ ବର୍ତ୍ତମାନ ସୁଦ୍ଦା ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ମହାଲିଙ୍ଗ ସନସାଇନ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ସମେତ ତାର ଡ୍ରାଇଭର ରାଧେ ଚଣ୍ଡୀକୁ ଗିରଫ କରିଛି ପୋଲିସ ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details