ଓଡିଶା

odisha

ETV Bharat / state

ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ ଘଟଣା, ଟାଉନ ଥାନାରେ ଏତଲା ଦାଏର - bank

ଜିଲ୍ଲାର 13ଟି ବ୍ଲକରେ ସ୍ବଦେଶୀ ବିସି ଭୁବନେଶ୍ବର ଅଧୀନରେ ରହିଛି ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର । ହେଲେ ଏହି ସେବା କେନ୍ଦ୍ରର ସିଏସପି ପରିଚାଳକମାନଙ୍କ କିଓଲିମିଟ ଚାଲୁଖାତାରୁ ବେଆଇନ ଭାବେ ୧୦ ହଜାର ଟଙ୍କା ଉଠା ହୋଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

By

Published : Jul 10, 2019, 5:17 AM IST

କଳାହାଣ୍ଡି: ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସାଧାରଣ ଲୋକଙ୍କୁ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ପାଇଁ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ବିସି ବ୍ୟାଙ୍କିଙ୍ଗ କରେସ୍ପଣ୍ଡେନ୍ସ ଜରିଆରେ ଗ୍ରାହକ ସେବାକେନ୍ଦ୍ର ଖୋଲାଯାଇଛି । ଏନେଇ ଜିଲ୍ଲାର 13ଟି ବ୍ଲକରେ ସ୍ବଦେଶୀ ବିସି ଭୁବନେଶ୍ବର ଅଧୀନରେ ରହିଛି ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର । ହେଲେ ଏହି ସେବା କେନ୍ଦ୍ରର ସିଏସପି ପରିଚାଳକମାନଙ୍କ କିଓଲିମିଟ ଚାଲୁଖାତାରୁ ବେଆଇନ ଭାବେ ୧୦ ହଜାର ଟଙ୍କା ଉଠା ହୋଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ଅଭିଯୋଗ ମୁତାବକ ସ୍ବଦେଶୀ ବିସିର ମାଲିକ ପ୍ରଣବ କୁମାର ମହାନ୍ତି ସମସ୍ତ ଟଙ୍କା ଉଠାଇ ନେଇଛନ୍ତି । ଏ ସମ୍ପର୍କରେ ଗ୍ରାହକ ସେବା କେନ୍ଦ୍ର, କଳାହାଣ୍ଡି ୟୁନିୟନ ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଏତଲା ଦିଆଯାଇଛି । ତେବେ ବେଆଇନ ଭାବେ ଗ୍ରାହକ ସେବା କେନ୍ଦ୍ର ପରିଚାଳକଙ୍କ ଖାତାରୁ ୧୦ ହଜାର ଟଙ୍କା ଉଠାଇ ନେବା ଘଟଣାକୁ ଜିଲ୍ଲା ବ୍ୟାଙ୍କ ମିତ୍ର ସଂଘ ନିନ୍ଦା କରିଛି ।

ଏ ସଂକ୍ରାନ୍ତରେ କଳାହାଣ୍ଡି ଷ୍ଟେଟବ୍ୟାଙ୍କ ଗ୍ରାହକ ସେବା ୟୁନିୟନ ପକ୍ଷରୁ ଟାଉନ ଥାନାରେ ଏତଲା ଦିଆଯିବା ସହ ବ୍ୟାଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଅଭିଯୋଗ କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details