ଭବାନୀପାଟଣା: ଫିଲ୍ମ ଷ୍ଟାଇଲରେ ଗୁଣ୍ଡାରାଜ । ପେଟ୍ରୋଲ ପମ୍ପ ଭିତରେ ସିଗାରେଟ ଜଳାଇ ପିଲାଙ୍କୁ ମାଡ଼ ମାରିଲେ ଦୃର୍ବୃତ୍ତ । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଉତ୍କେଲା ଯୁକ୍ତ ୨ ମହାବିଦ୍ୟାଳୟରେ ପଢୁଥିବା 5 ଜଣ ଛାତ୍ରଙ୍କୁ ଏଭଳି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ହାତରେ ସିଗାରେଟ୍ ଧରି ଫିଲ୍ମ ଷ୍ଟାଇଲରେ ମାଡ଼ ମାରି ଭିଡିଓ କରିଛନ୍ତି ଅଣଛାତ୍ର । ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରେ ଉତ୍କେଲା ପୋଲିସ ଭିଡିଓ କରିଥିବା କୋକୋଡ଼ମାର ଜଣେ ଅଣଛାତ୍ର ଯୁବକଙ୍କୁ ଅଟକ ରଖିଥିବାବେଳେ ମାଡ଼ ମାରିଥିବା ଆଉ ଜଣେ ଅଣଛାତ୍ର ଯୁବକ କୋକୋମୁଣ୍ଡା ଗ୍ରାମର ମିନିକେତନ ମାଝୀ ଫେରାର ମାରିଛନ୍ତି |
ଉତ୍କେଲା ଯୁକ୍ତ ୨ ମହାବିଦ୍ୟାଳୟରେ ଶିକ୍ଷାଗ୍ରହଣ କରୁଥିବା ୫ ଜଣ ଛାତ୍ରଙ୍କୁ ଉତ୍କେଲା ମହାବିଦ୍ୟାଳୟ ସାମ୍ନାରେ ଥିବା ଏକ ପେଟ୍ରୋଲ ପମ୍ପ ପରିସରରେ ମାଡ଼ ମରାଯାଇଛି । ଏନେଇ ଜଣେ ଛାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, ଏହି ଘଟଣାରେ ଆମର କୌଣସି ଦୋଷ ନାହିଁ । ଆମେ ସେହି ରାସ୍ତା ଦେଇ କଲେଜ ଯାଉଥିବାବଳେ ୫ ଜଣଙ୍କୁ ରାସ୍ତା ଉପରେ ଅଟକାଇ ସେମାନେ ମାଡ଼ ମାରିବା ସହ ଭିଡିଓ କରିଛନ୍ତି ।" ସେପଟେ ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । କଲେଜ ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ, ଏହି ଯୁବକ ଜଣକ ନିଜର ପତିଆରା ବଢାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଧମକ ଦେବା ଓ ସେମାନଙ୍କଠାରୁ ଟଙ୍କା ଲୁଟ୍ କରୁଥିବା ନଜିର ରହିଛି ।
ଏହା ବି ପଢନ୍ତୁ...ବିସ୍କୁଟ ଖାଇବାରୁ ପିଶାଚୀ ସାଜିଲା ସାବତ ମାଆ, ଛୁଆଙ୍କୁ ମାଡ ମାରି କଲା ଲହୁଲୁହାଣ