ଓଡିଶା

odisha

ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ରହିଥିଲା। କେନ୍ଦ୍ର ପଶୁସମ୍ପଦ, ମତ୍ସ୍ୟ ଓ ଏମ୍ଏସଏମ୍ଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଜିଲ୍ଲାର ଅନେକ ପ୍ରଶାସନିକ ଅଧିକାରୀ ଅନୁପସ୍ଥିତ। ଅଧିକ ଖବର ପଢନ୍ତୁ...

କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ
କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ

By

Published : Feb 10, 2020, 3:18 PM IST

ଭବାନୀପାଟଣା: କେନ୍ଦ୍ର ପଶୁସମ୍ପଦ, ମତ୍ସ୍ୟ ଓ ଏମ୍ଏସଏମ୍ଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଜିଲ୍ଲାର ଅନେକ ପ୍ରଶାସନିକ ଅଧିକାରୀ ଅନୁପସ୍ଥିତ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗକୁ ନେଇ ଏକ ସମୀକ୍ଷା ବୈଠକ ହେବାକୁ ଥିବା ବେଳେ ଏହି ବୈଠକରେ ଅଧିକ ଅଧିକାରୀ ଅନୁପସ୍ଥିତ ରହିଥିଲେ ।ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ସମେତ କିଛି ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ। ଏହା ସହିତ ଗଣମାଧ୍ୟମକୁ ମଧ୍ୟ କୌଣସି ସୂଚନା ଦିଆଯାଇନଥିଲା ।

କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ

ଜନ ପ୍ରତିନିଧି ଏମଏଲଏ, ଏମପି ଓ ମନ୍ତ୍ରୀଙ୍କ କାର୍ଯ୍ୟକାଳ କିଛି ନିର୍ଦ୍ଧିଷ୍ଟ ସମୟ ପାଇଁ ରହିଥାଏ । ହେଲେ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକାଳ ଅଧିକ ଓ ସ୍ଥିର ରହିଥିବା ବେଳେ ଜଣେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ସମୀକ୍ଷା ବୈଠକ କରିବାକୁ ଥିବା କାର୍ଯ୍ୟକ୍ରମକୁ ଅଧିକାରୀ ଅନୁପସ୍ଥିତ ରହିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହେଉଛି।

ସାଧାରଣ ଜନତାଙ୍କ ପାଇଁ ନିର୍ମିତ ବିଭିନ୍ନ ଯୋଜନାମାନ ଲୋକଙ୍କ ପାଖକୁ ପହଞ୍ଚାଇବା ଭଳି ଗୁରୁତ୍ବ କାର୍ଯ୍ୟ ରହିଥାଏ। ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ସହ ଉତ୍ତମ ବୁଝାମଣା ହିଁ ଉନ୍ନୟନ କାର୍ଯ୍ୟକୁ ତ୍ବରାନ୍ବିତ କରିଥାଏ। କଳାହାଣ୍ଡି ଜିଲ୍ଲାରେ ବାଉଁଶ ହସ୍ତକଳାର ଓ ବୁଣାକାରମାନଙ୍କ ପାଇଁ ଏକ କ୍ଷୁଦ୍ର ଶିଳ୍ପ ସଂସ୍ଥା ପ୍ରତିଷ୍ଠା କରାଯିବ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ମାତ୍ର ବୈଠକରେ ଅଧିକାରୀ ମାନେ ଅନୁପସ୍ଥିତ ଯୋଗୁଁ ଏହି ସମ୍ପର୍କରେ ଆଲୋଚନା ହୋଇପାରିନଥିବା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details