ଓଡିଶା

odisha

ETV Bharat / state

ହସିଲା ମଥୁରା, ଫେରିଲା ପୁଅ - କଳାହାଣ୍ଡି

ହାଇଦ୍ରାବାଦରୁ ନିଜ ଭିଟାମାଟିକୁ ଫେରିଲା ହଜିଲା ପୁଅ । 2 ବର୍ଷ ତଳେ ନିଖୋଜ ଥିବା କଳାହାଣ୍ଡି ମଥୁରା ଗାଁର ନେତ୍ରାନନ୍ଦ କଟା ଘର ବାହୁଡା କରିଛନ୍ତି । ସେପଟେ ‘ଇଟିଭି ଭାରତ’ ପ୍ରୟାସରେ ସୁଦୂର ହାଇଦ୍ରାବାଦରୁ ନିଜ ଗାଁକୁ ପୁଅ ଫେରିଥିବାରୁ ବେଶ୍‌ ଖୁସି ଅଛନ୍ତି ଗ୍ରାମବାସୀ ।

ଡିଜାଇନ ଫଟୋ

By

Published : Jun 26, 2019, 10:41 PM IST

Updated : Jun 26, 2019, 11:27 PM IST

କଳାହାଣ୍ଡି: ମଥୁରା ବାହୁଡିଲେ ନେତ୍ରାନନ୍ଦ । ହାଇଦ୍ରାବାଦରୁ ଭିଟାମାଟିକୁ ଫେରିଲା ହଜିଲା ପୁଅ । 2 ବର୍ଷ ତଳେ ନିଖୋଜ ଥିବା କଳାହାଣ୍ଡି ମଥୁରା ଗାଁର ନିତ୍ୟାନନ୍ଦ କଟା ଘରକୁ ଫେରିଛନ୍ତି । ସେପଟେ ‘ଇଟିଭି ଭାରତ’ ପ୍ରୟାସରେ ସୁଦୂର ହାଇଦ୍ରାବାଦରୁ ନିଜ ଗାଁକୁ ପୁଅ ଫେରିଥିବାରୁ ବେଶ୍‌ ଖୁସି ଅଛନ୍ତି ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ତେବେ ଏତେ ଦିନ ପରେ ପୁଅକୁ ପାଖରେ ପାଇ ନିଜ କୋହକୁ ସମ୍ଭାଳି ପାରିନଥିଲା ମାଆ । ସେପଟେ ପୁଅ ବି ମାଆକୁ ପାଇ କାନ୍ଦି ପକାଇଥିଲା । ନେତ୍ରାନନ୍ଦଙ୍କ ପରିବାର କହିଲେ ମାଆ ଓ ଭଉଣୀମାନେ । ପର ଘରେ କାମ କଲେ ଘରେ ଚୁଲି ଜଳେ । କଷ୍ଟେମଷ୍ଟେ ମା’ ଉଭଣୀ ମାନଙ୍କ ବାହାଘର ସାରିଛନ୍ତି । ନେତ୍ରାନନ୍ଦ ଜୁନାଗଡର ଗୋଟିଏ ଦୋକାନରେ ରହି କାମ କରୁଥିଲେ । କିନ୍ତୁ ତାଙ୍କ ମାନସିକ ସ୍ଥିତି ଭଲ ନଥିବାରୁ ସେ ଦିନେ ହଠାତ ନିଖୋଜ ହୋଇଯାଇଥିଲେ । ଆଉ ପହଞ୍ଚିଥିଲେ ହାଇଦ୍ରାବାଦ ବନଜାରାହିଲ୍ସ ସ୍ଥିତ ଟିଡିପି କାର୍ଯ୍ୟାଳୟ ନିକଟରେ । ନିଜ ପରିଚୟକୁ ଭୁଲି ଯାଇଥିବା ନେତ୍ରାଙ୍କୁ ଅଫିସ ଆଗରେ ପଡିଥିବାର ଦେଖି କେହି ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତା କରିଥିଲେ ।

ସେହି ବ୍ୟକ୍ତି ଜଣକ ନେତ୍ରାନନ୍ଦଙ୍କ ମାନସିକ ସ୍ଥିତି ଜାଣିବା ପରେ ତାଙ୍କୁ ମାତୃଦେବଭବ ଆନନ୍ଦ ଆଶ୍ରମ, ନାଦେରଗୁଲ ଗାଁ ବାଲାପୁରରେ ଆଣି ଛାଡିଥିଲେ । ସେଠାରେ ନେତ୍ରାନନ୍ଦ 4 ମାସ ପାଖାପାଖି ରହିବା ପରେ ତାଙ୍କ ମାନସିକ ସ୍ଥିତିରେ ସୁଧାର ଆସିଥିଲା । ପରେ ସେ ଭୁଲି ଯାଇଥିବା ପଛ ଘଟଣାକୁ ମନେ ପକାଇ ପାରିଥିଲେ ।

ଏପଟେ ପୁଅକୁ ଖୋଜି ଖୋଜି ନିରାଶ ହୋଇପଡିଥିଲେ ନେତ୍ରାନନ୍ଦଙ୍କ ମାଆ । ତେବେ ହଠାତ୍‌ ଖବର ଆସିଲା ପୁଅ ଅଛି ହାଇଦ୍ରାବାଦରେ । ଏହାପରେ ମାଆ ଓ ସମ୍ପର୍କୀୟ ଲୋକେ ଯୋଗାଯୋଗ କରିଥିଲେ 'ଇଟିଭି ଭାରତ'ର ପ୍ରତିନିଧିଙ୍କ ସହ । ଆଉ ‘ଇଟିଭି ଭାରତ’ ଟିମର ଆନ୍ତରିକ ପ୍ରଚେଷ୍ଟା ପାଇଁ ନିଜ ଘରକୁ ଫେରିଛନ୍ତି ନେତ୍ରାନନ୍ଦ ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

Last Updated : Jun 26, 2019, 11:27 PM IST

ABOUT THE AUTHOR

...view details