ଓଡିଶା

odisha

ETV Bharat / state

ସର୍ଟସର୍କିଟରୁ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 6 ଘର

ସର୍ଟସର୍କିଟ ଯୋଗୁଁ ଜଳିଗଲା ଗଲା ଛଅଟି ଘର ।

By

Published : Apr 27, 2019, 2:58 PM IST

Updated : Apr 27, 2019, 7:24 PM IST

ଫଟୋ ସୌଜନ୍ଯ:ସମ୍ବାଦଦାତା,ମାଲକାନଗିରି

ମାଲକାନଗିରି: ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ହେଲା 6 ବଖରା ଘର । ପଡିଆ ବ୍ଲକସ୍ଥିତ ରାଜସ୍ଵ ନୀରକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ୬ଟି ଘର ପୋଡ଼ି ପାଉଁଶ ହୋଇଯାଇଛି । ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି ।

ସୂଚନାଥାଉକି, ପ୍ରଥମେ ଗୋଟିଏ ଘରେ ନିଆଁ ଲାଗିଯାଇଥିଲା । ପରେ ନିଆଁ ବ୍ୟାପି ୫ଟି ଘର ସହ ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ତେବେ ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚିଥିଲା । ମାତ୍ର ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବା ମଧ୍ୟରେ ଘରେ ଥିବା ସମସ୍ତ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା। ରାଜସ୍ବ ଅଧିକାରୀ ଉକ୍ତ ସ୍ଥାନରେ ପହଞ୍ଚି ନଷ୍ଟ ହୋଇଥିବା ସମସ୍ତ ଜିନିଷ ପତ୍ରର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ପ୍ରାୟ ୫ରୁ୭ ଲକ୍ଷ ଟଙ୍କାର କ୍ଷୟକ୍ଷତି ଘଟିଥିବାର ଅନୁମାନ କରାଯାଉଛି ।

ଏଥିସହ ପଡିଆ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ଦେଇଛନ୍ତି । ତେବେ ସ୍ଥାନୀୟ ଜନସାଧାରଣ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଦେବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ।


ମାଲକାନଗିରିରୁ ଜୟନ୍ତ କୁମାର ତିଆଡି, ଇଟିଭି ଭାରତ

Last Updated : Apr 27, 2019, 7:24 PM IST

ABOUT THE AUTHOR

...view details