ଓଡିଶା

odisha

ETV Bharat / state

ପଞ୍ଚାୟତ ନିର୍ବାଚନ: ପ୍ରଚାରରେ କମ୍ପୁଛି ଗାଁ ଦାଣ୍ତ, ଭୋଟରଙ୍କୁ ମିଳୁଛି ଲମ୍ବା ପ୍ରତିଶ୍ରୃତି - ପଞ୍ଚାୟତ ନିର୍ବାଚନ 2022

ପାଖଉଛି ପଞ୍ଚାୟତ ଲଢେଇ । ଦିନ ଯେତିକି ପାଖେଇ ଆସୁଛି ନିର୍ବାଚନୀ ଉଷ୍ଣତା ସେତିକି ବଢୁଛି । ବିଭିନ୍ନ ଦଳ ମଧ୍ୟରେ କଡା ଟକ୍କର ଚାଲିଛି । ଆଉ ଏଥିରୁ ବାଦ ପଡିନି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ଗ୍ରାମ ପଞ୍ଚାୟତ । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନ : ପ୍ରଚାରରେ କମ୍ପୁଛି ଗାଁ ଦାଣ୍ତ ,ଭୋଟରଙ୍କୁ ମିଳୁଛି ଲମ୍ବା ପ୍ରତିଶ୍ରୃତି
ପଞ୍ଚାୟତ ନିର୍ବାଚନ : ପ୍ରଚାରରେ କମ୍ପୁଛି ଗାଁ ଦାଣ୍ତ ,ଭୋଟରଙ୍କୁ ମିଳୁଛି ଲମ୍ବା ପ୍ରତିଶ୍ରୃତି

By

Published : Feb 9, 2022, 9:37 PM IST

ଭବାନୀପାଟଣା : ପାଖଉଛି ପଞ୍ଚାୟତ ଲଢେଇ । ଦିନ ଯେତିକି ପାଖେଇ ଆସୁଛି ନିର୍ବାଚନୀ ଉଷ୍ଣତା ସେତିକି ବଢୁଛି । ବିଭିନ୍ନ ଦଳ ମଧ୍ୟରେ କଡା ଟକ୍କର ଚାଲିଛି ।

ପଞ୍ଚାୟତ ନିର୍ବାଚନ : ପ୍ରଚାରରେ କମ୍ପୁଛି ଗାଁ ଦାଣ୍ତ ,ଭୋଟରଙ୍କୁ ମିଳୁଛି ଲମ୍ବା ପ୍ରତିଶ୍ରୃତି

କମ୍ପୁଛି ପ୍ରଚାର ମଇଦାନ। ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟରଙ୍କ ମନ ଜିଣୁଛନ୍ତି ପ୍ରାର୍ଥୀ । ଆଉ ଏଥିରୁ ବାଦ ପଡିନି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ଗ୍ରାମ ପଞ୍ଚାୟତ ।

ବୋରପଦର ପଞ୍ଚାୟତ ୧୨ଟି ୱାର୍ଡକୁ ନେଇ ଗଠିତ ହୋଇଛି । ଏହି ପଞ୍ଚାୟତରେ ୪ ହଜାର ୨୩୬ ଜଣ ଭୋଟର ରହିଛନ୍ତି । ଜିଲ୍ଲା ମୁଖ୍ୟାଳୟ ଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ ବୋରପଦର ଗ୍ରାମପଞ୍ଚାୟତ ।

ନିପଟ ମଫସଲ ପଞ୍ଚାୟତରେ ଏବେ ବହୁଛି ନିର୍ବାଚନୀ ହାୱା । ପଞ୍ଚାୟତରେ ଜୋରଦାର ପ୍ରଚାର କରୁଛନ୍ତି ଆଶାୟୀ ପ୍ରାର୍ଥୀ । ଦୁଇ ସରପଞ୍ଚ ପ୍ରାର୍ଥୀ ନିର୍ବାଚନୀ ପ୍ରଚାର କରୁଛନ୍ତି । ବେକରେ ଫୁଲ ମାଳ ସାଙ୍ଗକୁ ଟଙ୍କାରେ ତିଆରି ମାଳ ପକାଇ ଯୋଡ ହସ୍ତରେ ଭୋଟରଙ୍କୁ ଭୋଟ ଦେବା ପାଇଁ ନିବେଦନ କରୁଛନ୍ତି ।

ପଞ୍ଚାୟତରେ ଗତ ୫ ବର୍ଷ ଧରି ସରପଞ୍ଚ ରହି ଆସିଥିବା ମାଧବ ସାହୁ ଏଥର ବି ପୁଣି ପ୍ରତିଦ୍ୱନ୍ଦିତା କରିଛନ୍ତି। ଗତ ୫ ବର୍ଷ ମଧ୍ୟରେ ଅନେକ ବିକାଶ ମୂଳକ କାର୍ଯ୍ୟର ଦାବି ରଖୁଥିଲେ ମଧ୍ୟ ଅଧୁରା ରହିଯାଇଥିବା କାମ ପୂରଣ କରିବା ପାଇଁ ସେ ଭୋଟରଙ୍କୁ ଆଉ ପାଞ୍ଚ ବର୍ଷ ଦାୟିତ୍ୱ ଦେବା ପାଇଁ ଅନୁରୋଧ କରୁଛନ୍ତି।

ଅନ୍ୟପଟ ତାଙ୍କର ପ୍ରତିଦ୍ବନ୍ଦୀ ଗତ ପାଞ୍ଚ ବର୍ଷରେ ପଞ୍ଚାୟତରେ ହୋଇଥିବା ଦୁର୍ନୀତିକୁ ନେଇ ଭୋଟରଙ୍କ ପାଖକୁ ଯାଉଛନ୍ତି । ପଞ୍ଚାୟତର ରାସ୍ତାଘାଟ, ପାନୀୟଜଳ ସହ ମେଡିକାଲ ସମସ୍ୟା ଲାଗି ରହିଛି । କିନ୍ତୁ ଏଥର ଯିଏ ପଞ୍ଚାୟତର ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେବ । ସେଭଳି ପ୍ରାର୍ଥୀକୁ ଜିତାଇବା ପାଇଁ ମନସ୍ତ କରିଛନ୍ତି ଭୋଟର ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ABOUT THE AUTHOR

...view details