କଳାହାଣ୍ଡି: ବ୍ୟବସାୟୀଙ୍କ ଉପରେ କୋରୋନା ମାଡ । ଲକଡାଉନ ଯୋଗୁଁ ସବୁ ବ୍ୟବସାୟ ବନ୍ଦ । ବ୍ୟବସାୟ ଉପରେ ଜିଲ୍ଲାର ୩ ଲକ୍ଷରୁ ଅଧିକ ଲୋକ ନିର୍ଭର କରୁଥିବାବେଳେ ଏବେ ସେମାନଙ୍କ ଚିନ୍ତା ବଢିଯାଇଛି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି ବ୍ୟବସାୟୀ । ଜିଲ୍ଲାରେ ବ୍ୟବସାୟୀ ଗୁଡିକ ଲକଡାଉନ ପରେ ପୁଣି ପୂର୍ବାବସ୍ଥାକୁ ଫେରି ଆସିବେ କି ନାହିଁ ତାକୁ ନେଇ ଇଟିଭି ଭାରତର ଗ୍ରାଉଣ୍ଡ ରିଆଲିଟି ଚେକ ।
ବ୍ୟବସାୟ ଅଶୋକ ରାଉତଙ୍କ ଭବାନୀପାଟଣା ସହରରେ ରହିଛି ଏକ ଫ୍ୟାନ୍ସି ଦୋକାନ । ଦିନକୁ ଜଣକ ପିଛା ରୋଜଗାର କରୁଥିଲେ ୨୦୦ରୁ ୫୦୦ ଟଙ୍କା । ସେଥିରେ ଚାଲୁ ଥିଲା ସେମାନଙ୍କ ତେଲ ଲୁଣର ସଂସାର । ବର୍ତ୍ତମାନ କୋରୋନା କଟକଣା ପାଇଁ ଗ୍ରାହକ ଆସୁନାହାନ୍ତି । ଫଳରେ ପ୍ରଭାବିତ ହୋଇଛି ଜୀବନ ଜୀବିକା ।