ଓଡିଶା

odisha

ETV Bharat / state

ରୋଷେଇ କଲା ବେଳେ ଫାଟିଲା ପେଟ୍ରୋଲ ଜାର, ଦମ୍ପତି ଗୁରୁତର

ରୋଷେଇବେଳେ ଅଘଟଣ । ନିଆଁରେ ପୋଡ଼ି ହୋଇ ସ୍ବାମୀ, ସ୍ତ୍ରୀ ଗୁରୁତର ।

By

Published : Jul 9, 2019, 3:08 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, କଳାହାଣ୍ଡି

କଳାହାଣ୍ଡି: ଜିଲ୍ଲା ଥୁଆମୂଳ ରାମପୁର ଥାନା ପୁରୁଣାଗୁମା ଗାଁରେ ଅଘଟଣ । ନିଆଁ ଲାଗି ଦମ୍ପତି ଗୁରୁତର । ଘରେ ରୋଷେଇ କରୁଥିବା ସମୟରେ ଚୁଲି ପାଖରେ ରହିଥିବା ପେଟ୍ରୋଲ ଜାରରେ ନିଆଁ ଲାଗି ଯାଇଥିଲା । ଫଳରେ କମଳିନୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ ହୀରାକାନ୍ତ ମଧ୍ୟ ଆହତ ହୋଇଛନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କଳାହାଣ୍ଡି

ଉଭୟଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦମ୍ପତିଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ABOUT THE AUTHOR

...view details