ଓଡିଶା

odisha

କଳାହାଣ୍ଡିରେ ଉଦଘାଟିତ ହେଲା ବୁଢା ଡଙ୍ଗର ଲୋକ ମହୋତ୍ସବ

By

Published : Dec 25, 2022, 12:44 PM IST

ଦୁଇବର୍ଷର କୋରୋନା କଟକଣା ପରେ କଳାହାଣ୍ଡି ଜିଲ୍ଲାରେ ଆୟୋଜିତ ହେଲା ବୁଢା ଡଙ୍ଗର ଲୋକ ମହୋତ୍ସବ । ଘୁମୁରା, ବଜାଶାଲ ନୃତ୍ୟୁରେ ଦୁଲୁକିଲା ମଞ୍ଚ । ଅଧିକ ପଢନ୍ତୁ

କଳାହାଣ୍ଡିରେ ଉଦଘାଟିତ ହେଲା ବୁଢା ଡଙ୍ଗର ଲୋକ ମହୋତ୍ସବ
କଳାହାଣ୍ଡିରେ ଉଦଘାଟିତ ହେଲା ବୁଢା ଡଙ୍ଗର ଲୋକ ମହୋତ୍ସବ

ବୁଢା ଡଙ୍ଗର ଲୋକ ମହୋତ୍ସବ

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ବିକାଶଧାରାର ବାର୍ତ୍ତାବହ ''୨୭ତମ ବୁଢା ଡଙ୍ଗର ଲୋକ ମହୋତ୍ସବ ୨୦୨୨'' ଉଦଘାଟିତ ହୋଇଯାଇଛି । କେସିଙ୍ଗା ସ୍ଥିତ ଜଗନ୍ନାଥ ପଡିଆ ଠାରେ ଅନୁଷ୍ଠିତ ହୋଇଛି ଏହି ମହୋତ୍ସବ । କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ପରେ ଏହି ମହୋତ୍ସବ ହେଉଥିବାରୁ ଏହାକୁ ନେଇ କଳାହାଣ୍ଡି ଜିଲ୍ଲାର ଗାଁ ଠାରୁ ସହର ସବୁଠୁ ଉତ୍ସାହ ଦେଖିବାକୁ ମିଳିଛି । ଦୁଇ ଦିନ ଧରି ଏହି ଲୋକ ମହୋତ୍ସବ ଚାଲିବ ।

ଏହାମଧ୍ୟ ପଢନ୍ତୁ: Merry Christmas: ଧରାପୃଷ୍ଠକୁ ଓହ୍ଲାଇଲେ ପ୍ରଭୁ ଯୀଶୁ, ଚାରିଆଡେ ସେଲିବ୍ରେସନ

ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ମାଝୀ, ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ କୁଳପତି ସଂଜୟ ଶତପଥି ପ୍ରମୁଖ ଯୋଗ ଦେଇ ଏହାର ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଭୁବନେଶ୍ୱର କଳାକାରମାନଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ଦେବଦାସୀ ନୃତ୍ୟ ଓଡିଶୀରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା । ଆସାମର ବିହୁ ନୃତ୍ୟ, ବରଗଡ଼ର ବଜାଶାଲ ନୃତ୍ୟ ସହ କଳାହାଣ୍ଡିର ବିର ବାଦ୍ୟ ଘୁମୁରା ନୃତ୍ୟରେ ଦୁଲୁକି ଉଠିଥିଲା ବୁଢା ଡଙ୍ଗର ଲୋକ ମହୋତ୍ସବ ମଞ୍ଚ । ଶୀତୁଆ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭରପୁର ମଜା ଉଠାଇଲେ ଦର୍ଶକ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details