ଓଡିଶା

odisha

ETV Bharat / state

କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରକ୍ତ ଅଭାବରୁ ଯେମିତି କାହାର ମୃତ୍ୟୁ ନ ହେଉ ଏହି ସଚେତନତା ବାର୍ତ୍ତାକୁ ନେଇ କଳାହାଣ୍ଡି ପୋଲିସ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। ଏହି କ୍ରମରେ ଥୁଆମୂଳ ରାମପୁର କଲେଜ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

By

Published : Apr 9, 2020, 10:15 AM IST

blood donation camp
କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭବାନୀପାଟଣା: ରକ୍ତ ଅଭାବରୁ ଯେମିତି କାହାର ମୃତ୍ୟୁ ନ ହେଉ ଏହି ସଚେତନତା ବାର୍ତ୍ତାକୁ ନେଇ କଳାହାଣ୍ଡି ପୋଲିସ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। ଏହି କ୍ରମରେ ଥୁଆମୂଳ ରାମପୁର କଲେଜ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଶିବିରରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହନ୍ତ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ। ବିଜୁ ଯୁବ ବାହିନୀ ସହଯୋଗରେ ଯୁବଗୋଷ୍ଠିମାନେ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ ।

ଶିବିରରେ ଥୁଆମୂଳ ରାମପୁର ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର, କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଚିନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ABOUT THE AUTHOR

...view details