ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଥିବା ଦୁଗ୍ଧ ଶୀତଳିକରଣ କେନ୍ଦ୍ରରେ ଗତ ୧୬ ତାରିଖରେ ବିସ୍ଫୋରଣ ଘଟିଥିଲା । ଏଥିରେ ଗୁରୁତର ହୋଇଥିବା କର୍ମଚାରୀଙ୍କ ଚିକିତ୍ସା ସହ କ୍ଷତିପୂରଣ ଦାବି କରିଛନ୍ତି ପରିବାର ।
ଗତ ୧୬ ତାରିଖ ଶୁକ୍ରବାର ଗ୍ୟାସ ଲିକେଜ ମରାମତି ସମୟରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ୩ ଜଣ କର୍ମଚାରୀ ଗୁରୁତର ହେବା ଘଟଣାର ପ୍ରଶାସନିକ ତଦନ୍ତ ଜାରି ରହିଥିବା ବେଳେ ଘଟଣାରେ ପୀଡିତ କର୍ମଚାରୀଙ୍କୁ ଆବଶ୍ୟକୀୟ ସାହାଯ୍ୟ ସଗାଯୋଗ ପାଇଁ ନିବେଦନ କରିଛନ୍ତି ପରିବାର ବର୍ଗ । ଏହାସହିତ ଆସନ୍ତା ଦିନରେ ପିଡୀତଙ୍କ ଉତ୍ତମ ଚିକିତ୍ସା ସହ ପରିବାର ବର୍ଗ କ୍ଷତିପୂରଣ ପାଇଁ ଦାବି କରିଛନ୍ତି।