ଓଡିଶା

odisha

By ETV Bharat Odisha Team

Published : Nov 29, 2023, 4:59 PM IST

Updated : Nov 29, 2023, 6:11 PM IST

ETV Bharat / state

କଳାହାଣ୍ଡିରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ, ଫୋକସରେ ଯୁବପିଢି

କଳାହାଣ୍ଡିରେ ବିଜୁ ଜନତା ଦଳ ପକ୍ଷରୁ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଂଗଠନକୁ ସୁଦୃଢ଼ କରିବାର ଲକ୍ଷ୍ୟ । ଅଧିକ ପଢନ୍ତୁ

କଳାହାଣ୍ଡିରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ, ଫୋକସରେ ଯୁବପିଢି
କଳାହାଣ୍ଡିରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ, ଫୋକସରେ ଯୁବପିଢି

କଳାହାଣ୍ଡିରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ, ଫୋକସରେ ଯୁବପିଢି

ଭବାନୀପାଟଣା: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୀତି ମାହୋଲ ଧିରେ ଧିରେ ସରଗରମ ହେବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବିଶେଷ କରି ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଲୋକଙ୍କ ନିକଟତର ହେବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଭାରତୀୟ ଜନତା ପାର୍ଟି ଜନ ଆକ୍ରୋଶ ଆନ୍ଦୋଳନ କରି ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ବିଭିନ୍ନ ବ୍ଲକ ସ୍ତରରେ ଘେରାଉ ଏବଂ ଆନ୍ଦୋଳନ କରୁଥିବା ବେଳେ କଂଗ୍ରେସ ମଧ୍ୟ ପର୍ଯ୍ୟାୟ କ୍ରମେ ଭ୍ରଷ୍ଟାଚାର ହଟାଓ କାର୍ଯ୍ୟକ୍ରମ, ତୁଳସୀ ଯାତ୍ରା, ସଙ୍କୀର୍ତ୍ତନ ଯାତ୍ରା କରି ଉଭୟ ବିଜେଡି ଓ ବିଜେପିକୁ ଘେରିବାରେ ଲାଗିଛି । ସେପଟେ କିନ୍ତୁ ବିଜେଡି ଆରମ୍ଭ କରିଛି ଅନେକ ବିକାଶମୂଳକ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଭବାନୀପାଟଣା ଟାଉନ ହଲ ପରିସରରେ ମୁଁ ବି ହେବି ନବୀନ ଓଡ଼ିଶାର ସାରଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଏହା ମଧ୍ୟ ପଢନ୍ତୁ...‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ; ୨୦୨୪ ମାର୍ଚ୍ଚ ସୁଦ୍ଧା ୪୩୭୩ ପଞ୍ଚାୟତରେ ପହଞ୍ଚିବ ଆମ ବ୍ୟାଙ୍କ

ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବିଜୁ ଯୁବ ,ଛାତ୍ର ବ୍ୟାପାର ରାଜ୍ୟ ସାଧାରଣ ସମ୍ପାଦକ ତଥା କଳାହାଣ୍ଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ, ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ, ରାଜ୍ୟ ଛାତ୍ର ସଭାପତି ଦେବୀରଞ୍ଜନ ତ୍ରିପାଠୀ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଆଦିତ୍ୟ ନନ୍ଦ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକ ଯୁବ ଓ ଛାତ୍ର କର୍ମକର୍ତ୍ତା ସାମିଲ ହୋଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହାରାଞ୍ଚଳ ପାଇଁ ସ୍ବତନ୍ତ୍ର ଯୋଜନାମାନ ପ୍ରସ୍ତୁତ କରି ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଯୁବ ପିଢ଼ି ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ସାମିଲ ହେଉଛନ୍ତି । ଆସନ୍ତା ନିର୍ବାଚନରେ ବିଜୟୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏବଂ ବିକାଶର ଧାରା ଆହୁରି ଗତିଶୀଳ ହେବ । ତେଣୁ ସମଗ୍ର ଯୁବପିଢ଼ି ଆଗେଇ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଉପସ୍ଥିତ ବରିଷ୍ଠ ବିଜେଡି ନେତା ମାନେ ଆହ୍ବାନ ଦେଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Nov 29, 2023, 6:11 PM IST

ABOUT THE AUTHOR

...view details