କଳାହାଣ୍ଡି: ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ବିଜେଡି ସୁପ୍ରିମୋ ନବୀନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପ୍ରକ୍ରିୟାରେ ଦକ୍ଷିଣ ଓଡିଶା ଶେଷ କରି ଆଜି ପଶ୍ଚିମ ଓଡିଶା ଅଭିମୁଖେ ନବୀନ । ନୂଆପଡା ଓ କଳାହାଣ୍ଡିରୁ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ନୂଆପଡାରେ ମଧ୍ୟାହ୍ନ 1.30ରେ ପହଞ୍ଚିବେ । ଏହାପରେ ତରବୋଡ ଅଭିମୁଖେ ବାହାରିବେ । ପରେ ମୁଖ୍ୟମନ୍ତ୍ରୀଙ୍କ ଖରିଆର ଯିବାର କାର୍ଯ୍ୟକ୍ରମ ରହିଛି ।
ସେଠାରୁ ହାଇଟେକ ପ୍ରଚାର ବସରେ ବିଜେଡିର ଶତାଧିକ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀ ଏକ ରୋଡ ସୋରେ ବାହାରିବେ । ସେଠାରୁ ସିନାପାଲି, ଗୋଲାମୁଣ୍ଡା , ଧର୍ମଗଡ, ଜୁନାଗଡ ଭବାନୀପାଟଣା ଟାଉନରେ ତାଙ୍କ ରୋଡ ସୋ କାର୍ଯ୍ୟକ୍ରମ ରହିଛି । ସୂଚନା ଅନୁସାରେ, ଆଜି ଭବାନୀପାଟଣା ସହରସ୍ଥିତ ଇରିଗେସନ ଆଇବିରେ ରାତ୍ରୀରହଣି କରିବେ ବିଜେଡି ମୁଖିଆ । ଆସନ୍ତାକାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ବରୀଙ୍କ ଦର୍ଶନ କାର୍ଯ୍ୟକ୍ରମ ରହିଛି । ପରେ ଜିଲ୍ଲାର ଜୟପାଟଣା ଓ ନର୍ଲା ନିର୍ବାଚନୀ ମଣ୍ଡଳୀରେ ତାଙ୍କର ସାଧାରଣ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।