ଭବାନୀପାଟଣା:ଶିକ୍ଷୟତ୍ରୀ ନିଖୋଜ ଘଟଣାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ଏହି ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଭିସନ୍ଧି ମୂଳକ ଭାବେ ଫସାଇବାକୁ ବିରୋଧୀ ଉଦ୍ୟମ କରୁଛନ୍ତି ବୋଲି ବିଜେଡି କହିଛି ।
କଳାହାଣ୍ଡି ବହୁଚର୍ଚ୍ଚିତ ଘରୋଇ ସ୍କୁଲ ଶିକ୍ଷୟତ୍ରୀ ନିଖୋଜ ମାମଲାରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଭିସନ୍ଧି ମୂଳକ ଭାବେ ଯୋଡିବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ହୀନ ଚକ୍ରାନ୍ତ ଚଳାଇଛନ୍ତି। ଏନେଇ ଆଜି ଭବାନୀପାଟଣାରେ ଜିଲ୍ଲା ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ବିଳନୀରେ ପ୍ରତିବାଦ କରାଯାଇଛି । ମନ୍ତ୍ରୀଙ୍କ ଲୋକପ୍ରିୟତାକୁ ସହି ନ ପାରି ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିରୋଧୀ ରାଜନୈତିକ ହଟଚମଟ ସୃଷ୍ଟି ଉଦ୍ୟମ କରିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।