ଭବାନୀପାଟଣା: ଲାଞ୍ଜିଗଡ଼ ବେଦାନ୍ତ କର୍ମଚାରୀ ନିଖୋଜ । ଲାଞ୍ଜିଗଡ଼ ବେଦାନ୍ତ କମ୍ପାନୀର ଜଣେ କର୍ମଚାରୀ ନିଖୋଜ ଥିବା ଜଣାପଡିଛି । କର୍ମଚାରୀ ଜଣକ ହେଲେ ପ୍ରତ୍ୟୁଷ ପ୍ରଧାନ । ସେ ଗତ 1 ତାରିଖରୁ ନିଖୋଜ ଅଛନ୍ତି ।
ଗତ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସେ ଲାଞ୍ଜିଗଡ ମାର୍କେଟ ଅଞ୍ଚଳରେ ଏକ ଧଳାରଙ୍ଗର କାରରେ ତାଙ୍କୁ ଶେଷଥର ପାଇଁ ଦେଖିବାକୁ ମିଳିଥିଲା । ତା ପରେ ତାଙ୍କର ଆଉ କୌଣସି ପତ୍ତା ମିଳୁନାହିଁ । ନିଖୋଜକୁ ନେଇ କମ୍ପାନୀ ପକ୍ଷରୁ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ ହୋଇଛି।