ଓଡିଶା

odisha

ETV Bharat / state

ସାତମାସ ହେବ ଦରମାରୁ ବଞ୍ଚିତ କଳା ଓ କ୍ରୀଡା ଶିକ୍ଷକ - art & sports teachers

କଳାହାଣ୍ଡି ଜିଲ୍ଲାରେ ସାତମାସ ହେବ ଦରମାର ପାଇବାରୁ ବଞ୍ଚିତ 224ଜଣ କଳା ଓ କ୍ରୀଡା ଶିକ୍ଷକ । ଏ ନେଇ ସଙ୍ଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ସାତମାସ ହେବ ଦରମାରୁ ବଞ୍ଚିତ  224ଜଣ କଳା ଓ କ୍ରୀଡା ଶିକ୍ଷକ
ସାତମାସ ହେବ ଦରମାରୁ ବଞ୍ଚିତ 224ଜଣ କଳା ଓ କ୍ରୀଡା ଶିକ୍ଷକ

By

Published : Dec 23, 2020, 12:11 PM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାର 13ଗୋଟି ବ୍ଲକର 224ଜଣ କଳା ଓ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମିଳୁନାହିଁ ଦରମା । ଦୀର୍ଘ ସାତ ମାସ ହେବ ଦରମାରୁ ବଞ୍ଚିତ କଳା କ୍ରୀଡା ଶିକ୍ଷକ । ଏନେଇ କଳା ଓ କ୍ରୀଡା ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ସାତମାସ ହେବ ଦରମାରୁ ବଞ୍ଚିତ 224ଜଣ କଳା ଓ କ୍ରୀଡା ଶିକ୍ଷକ

କୋରୋନା ସମୟଠାରୁ କ୍ବାରେଣ୍ଟାଇନ ଦାୟିତ୍ବ ସହ ଲୋକଙ୍କୁ ମହାମାରୀ ସମ୍ପର୍କରେ ସଚେତନ କରିବାରେ ନିଜର ଦାୟିତ୍ବ ତୁଲାଇଥିଲେ ଶିକ୍ଷକ ସଂଘ । ଦୀର୍ଘ ସାତମାସ ହେବ ସେମାନଙ୍କ ଦରମା ବନ୍ଦ କରିବା ପରେ ବି ସେମାନେ ନିଜର ଦାୟିତ୍ବ ସଠିକ ଭାବରେ ତୁଲାଇଛନ୍ତି । ହେଲେ ଏ ଯାଏଁ ସେମାନଙ୍କୁ ଦରମା ମିଳିନାହିଁ ।

ଏ ନେଇ ଆଜି ସଙ୍ଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯଥା ଶୀଘ୍ର ଏହାର ସମାଧାନ ଦିଗରେ ଦୃଷ୍ଟି ଦିଆ ନଗଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ସଙ୍ଘ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details