ଓଡିଶା

odisha

ETV Bharat / state

କଳାହାଣ୍ଡି ପୁଣି ୩୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ - ଭବାନୀପାଟଣା

କଳାହାଣ୍ଡି ଜିଲ୍ଲାରେ ପୁଣି 37 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଚିନ୍ତାରେ ରହିଛି ଜିଲ୍ଲା ପ୍ରଶାସନ। ଅଧିକ ପଢ଼ନ୍ତୁ...

କଳାହାଣ୍ଡି ପୁଣି ୩୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
କଳାହାଣ୍ଡି ପୁଣି ୩୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ

By

Published : Nov 2, 2020, 11:23 PM IST

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ କୋରୋନା ସଂକ୍ରମଣ କମିବାର ନାଁ ଧରୁନି। ଜିଲ୍ଲାରେ ସୋମବାର ପୁଣି 37 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 5 ହଜାରରୁ ଅଧିକ ରହିଛି। ବିଶେଷ କରି ଭବାନୀ ପାଟଣା ସହରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

କଳାହାଣ୍ଡି ପୁଣି ୩୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ

ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଭବାନୀପାଟଣାରେ ଗୋଷ୍ଠୀ ସଂକ୍ରମଣ ହେଉଥିବା ନେଇ ଆଶଙ୍କା କରାଯାଉଛି। ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩ ହଜାର ୧୪୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ସେହିଭଳି ୨ ହଜାର ୧୭୮ କୋରୋନା ସଂକ୍ରମିତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ବିଶେଷ ଗୁରୁତର ନଥିବା କୋରୋନା ସଂକ୍ରମିତଙ୍କୁ ହୋମ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଛି।

ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟକର୍ମୀଙ୍କୁ ଡୋର ଟୁ ଡୋର ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଛି। ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଉଛି। ଏଥିପାଇଁ ଲୋକଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ABOUT THE AUTHOR

...view details